ବଢ଼ିଲା ଫାସ୍‌ଟ୍ୟାଗ ସମୟ ସୀମା

0

ବଢ଼ିଲା ଫାସ୍‌ଟ୍ୟାଗ ସମୟ ସୀମା I ଫାସ୍‌ ଟ୍ୟାଗ୍‌ ସମୟ ସୀମାକୁ ଡିସେମ୍ବର ୧୫ ଯାଏ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଡିସେମ୍ବର ୧ରୁ ଦେଶର ଜାତୀୟ ରାଜପଥ ଗୁଡିକର ଟୋଲପ୍ଲାଜା ଗୁଡ଼ିକରେ ରେଡିଓ-ଫ୍ରି‌େ​କ୍ବ​ନ୍ସି-ଆଇଡେଣ୍ଟିଫିକେଶନ୍‌ (ଆର୍‌ଏଫ୍‌ଆଇଡି) ଆଧାରିତ ଫାସ୍‌ଟ୍ୟାଗ ଜରିଆରେ ଟୋଲ ଆଦାୟ ବ୍ୟବସ୍ଥା କାର୍ୟ୍ୟକାରୀ ଯୋଜନା ରହିଥିଲା । ଗାଡିଚାଳକ ଏବଂ ମାଲିକଙ୍କ ହିତକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଫାସ୍‌ ଟ୍ୟାଗ କାର୍ୟ୍ୟକାରିତା ଅବଧି ଆଉ ୧୫ ଦିନ ବଢାଇ ଦେଇଛନ୍ତି । ଫାସ୍‌ ଟ୍ୟାଗ ହେଉଛି ଏକ ଷ୍ଟିକର ଯାହାକୁ ଗାଡିର ୱିଣ୍ଡ ସ୍କ୍ରିନ୍‌ରେ ଲଗାଯିବ । ବାଧାମୁକ୍ତ ପରିବହନ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପରୋକ୍ତ ପଦକ୍ଷେପ ଗ୍ରହଣ କରାଯାଉଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More