ଛତୁ ଫୁଟିଲାପରି ସୋସିଆଲ ମିଡ଼ିଆରେ ସାମ୍ବାଦିକ ହୋଇ ବୁଲୁଥିବା ସମ୍ବାଦ ପ୍ରସାରଣ ସଂସ୍ଥା ତଥା ସାମ୍ବାଦିକ ମାନଙ୍କ ପାଇଁ ଲାଗୁ ହେବାକୁ ଯାଉଛି କଡା ନିୟମ

0

ବର୍ତ୍ତମାନ ଡିଜିଟାଲ ମିଡ଼ିଆର ଅଧିକାଂଶ ନ୍ୟୁଜ ପୋର୍ଟାଲ ଓ ୟୁଟ୍ୟୁବ ଚ୍ୟାନେଲ ମାନେ ଦେଶରେ ତଥା ରାଜ୍ୟରେ ଛତୁ ଫୁଟିଲା ପରି କାର୍ଯ୍ୟ କରୁଛି I ସେମାନଙ୍କ ସମ୍ବାଦ ଅନେକ ସମୟରେ ମିଛ ଓ ଭୁଲ ପ୍ରମାଣିତ ହୋଇଥିବାବେଳେ ସେମାଙ୍କ ବିରୁଦ୍ଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରୁ ନାହିଁ I ଏପରିକି କୋଭିଡି ସମୟରେ ବହୁ ବିଭ୍ରାନ୍ତିକର ତଥ୍ୟ ପ୍ରକାଶ ପାଉଛି I ନ୍ୟୁଜ ପୋର୍ଟାଲ,ସୋସିଆଲ ସାଇଡ ଓ ୟୁଟ୍ୟୁବ ଚ୍ୟାନେଲ କରି ସମ୍ପାଦକ ବୋଲାଉଥିବା ଲୋକମାନେ ଯୁବପିଢ଼ି ମାନଙ୍କୁ ପ୍ରେସକାର୍ଡ ପ୍ରଦାନ କରି ସାମ୍ବାଦିକ ନାମରେ ବିଭିନ୍ନ ଅନୈତିକ କାର୍ଯ୍ୟ କରୁଥିବା କେନ୍ଦ୍ରସରକାରଙ୍କ ନଜରକୁ ଆସିଲାପରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ତରଫରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତି ନେଇଛନ୍ତି I ମନ୍ତ୍ରାଳୟ ସ୍ପଷ୍ଟଭାବରେ କହିଛନ୍ତିଯେ କେବଳ RNI ପଞ୍ଜିକୃତ ଖବର କାଗଜର ସମ୍ପାଦକ ପ୍ରେସକାର୍ଡ ପ୍ରଦାନ କରିବାକୁ କ୍ଷମତା ପ୍ରାପ୍ତ ଓ ଏହିପରି ବୈଦ୍ୟୁତିକ ମିଡ଼ିଆ ଚ୍ୟାନେଲ ଯାହା ପ୍ରସାରଣ ମନ୍ତ୍ରାଳୟ ଦ୍ୱରା ସ୍ୱୀକୃତିପ୍ରାପ୍ତ ସେମାନେ ମଧ୍ୟ ପ୍ରେସକାର୍ଡ ପ୍ରଦାନ କରିବାର କ୍ଷମତା ପାଇଛନ୍ତି I ବର୍ତ୍ତମାନ ସରକାରଙ୍କ ଦ୍ୱାରା ଏକ ଅଭିଯାନ ଚଳାଇ ନକଲି ସମ୍ପାଦକଙ୍କୁ ଯାଞ୍ଚ କରାଯିବ ଏବଂ ସେମାନଙ୍କ ବିରୁଦ୍ଧରେ FIR ମଧ୍ୟ ଦାଖଲ କରାଯିବ I ଯଦି ସେହି ସମ୍ପାଦକ ମାନଙ୍କର ପ୍ରେସକାର୍ଡ ଦେବାର ଅଧିକାର ନାହିଁ ଆପଣ ଏହା କରୁଛନ୍ତି ତାହାହେଲେ ଏହା ପ୍ରେସ ବିରୋଧୀ ଆଇନ ଅଟେ I ନକଲି ସାମ୍ବାଦିକଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ I ମନ୍ତ୍ରାଳୟ ଏହା ମଧ୍ୟ ସ୍ପଷ୍ଟ ଭାବରେ କହିଛନ୍ତିଯେ, RNI ନଂ ବିନା ନକଲି ପ୍ରେସକାର୍ଡ ଧରିଥିବା ନକଲି ବେଶଧାରୀ ସାମ୍ବାଦିକ ମାନଙ୍କୁ କଡାକଡ଼ି ଯାଞ୍ଚ କରାଯିବ ଓ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More