ଭୁବନେଶ୍ୱର : ଆସନ୍ତା କାଲିଠୁ ଫାସ୍ଟ୍ୟାଗ୍ ବାଧ୍ୟତାମୂଳକ କରାଯାଇଛି I ଏନେଇ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି I ସୋମବାର ମଧ୍ୟରାତ୍ରରୁ ଜାତୀୟ ରାଜପଥ ଟୋଲ୍ ପ୍ଲାଜାଗୁଡ଼ିକରେ କେବଳ ଫାଷ୍ଟ୍ୟାଗ୍ ଦ୍ୱାରା ଟୋଲ୍ ଦେୟ ଆଦାୟ ହେବ । ଗାଡ଼ିରେ ଫାଷ୍ଟ୍ୟାଗ୍ ନ ଥିଲେ ଦୁଇଗୁଣା ଦେୟ ଗଣିବେ ଗାଡ଼ି ମାଲିକ । ଟୋଲ୍ ଗେଟ୍ ଦେଇ ଯାଉଥିବା ଯାନବାହନରେ ଫାଷ୍ଟ୍ୟାଗ୍ ଷ୍ଟିକର୍ ଲଗାଇବା ସଂକ୍ରାନ୍ତ ସମୟ ସୀମା ଆଉ ବୃଦ୍ଧି କରାଯିବ ନାହିଁ । କେନ୍ଦ୍ର ସରକାରଙ୍କ ପକ୍ଷରୁ ରବିବାର ଏହା କୁହାଯାଇଛି ।