ଟ୍ୱିଟର ବିକ୍ରି ନେଇ ଅନିଶ୍ଚିତତା |

0

ନୂଆଦିଲ୍ଲୀ : ବିଶ୍ୱର ଏକ ନମ୍ବର ଧନୀ ତଥା ଟେସଲାର ମୁଖ୍ୟ ଏଲନ ମସ୍କ ଟ୍ୱିଟର ଅଧିଗ୍ରହଣକୁ ଅଧା ବାଟରେ ଅଟକାଇ ଦେଇଛନ୍ତି | ଏହି ସଂସ୍ଥାକୁ ୪୪୦୦ କୋଟି ଟଙ୍କାରେ କିଣିବାକୁ ସେ ବୁଝାବଣା କରିଥିଲେ | କିନ୍ତୁ, ଟ୍ୱିଟରରେ କେତେ ନକଲି ଆକାଉଣ୍ଟ ଅଛି ତାହା ଜାଣିବା ଲାଗି ସେ ଜିଦରେ ଅଟଳ ରହିଛନ୍ତି | କମ୍ପାନୀ କହୁଛି ଯେ ବହୁ ବର୍ଷ ହେଲାଣି ନକଲି ଆକାଉଣ୍ଟ ସଂଖ୍ୟା ୫%ରୁ କମ ରହିଛି | ତାହାର ସାର୍ବଜନୀନ ପ୍ରମାଣ ଦେବାକୁ ମସ୍କ ଦାବି କରିଛନ୍ତି | ମସ୍କ କହୁଛନ୍ତି ଯେ, ନକଲି ଆକାଉଣ୍ଟକୁ ନେଇ ଟ୍ୱିଟର କର୍ତ୍ତୃପକ୍ଷ ସଠିକ ତଥ୍ୟ ଦେଉନାହାନ୍ତି | ୫% ନୁହେଁ ତାହାର ଚାରି ଗୁଣ ଅଧିକ ଅର୍ଥାତ ୨୦% ନକଲି ଆକାଉଣ୍ଟ ଥିବା ସେ ଦାବି କରୁଛନ୍ତି | ଏହାକୁ ନେଇ ଟ୍ୱିଟର ସିଇଓ ପରାଗ ଗୁପ୍ତା ଓ ତାଙ୍କ ମଧ୍ୟରେ ଟ୍ୱିଟରରେ ଲମ୍ବା ବିତର୍କ ହୋଇଥିଲା | ପରାଗଙ୍କ ପ୍ରତିଟି ଟୁଇଟକୁ ସେ ଉପହାସ କରାଇବାକୁ ପଛାଉନଥିଲେ | ମସ୍କ ସ୍ପଷ୍ଟ କରିଛନ୍ତି ଯେ, ନକଲି ଆକାଉଣ୍ଟ ୫% ବୋଲି ଟ୍ୱିଟର ସାର୍ବଜନୀନ ଭାବେ ପ୍ରମାଣ ନଦେବା ଯାଏଁ ଏହି ଅଧିଗ୍ରହଣ ବୁଝାମଣା ଆଗକୁ ବଢ଼ିବନି |

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More