ମନ୍ତ୍ରୀ କହିଲେ ଶକ୍ତି ବିଭଗରେ ଠିକା ଶ୍ରମିକ କେହି ନିଯୁକ୍ତି ପାଇ ନାହାନ୍ତି : ଦୃଢ ବିରୋଧ କଲା ଏକତା ମଞ୍ଚ

0

ଗତ ୧୨/୦୩/୨୦୨୧ ଦିନ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମାନ୍ୟବର ବିଧାୟିକା ଶ୍ରୀମତୀ କୁସୁମ ଟେଡ଼େଙ୍କ ପ୍ରଶ୍ନର ଉତ୍ତର ଦେଇ ଜଣାଇଥିଲେଯେ ଶକ୍ତି ବିଭାଗ କୌଣସି ଠିକା କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରୁନାହାନ୍ତି I କିନ୍ତୁ ଆବଶ୍ୟକ ବେଳେ ଆଉଟସୋର୍ସ ଏଜେନସି ମାଧ୍ୟମରେ କର୍ମଚାରୀ ନିଯୁକ୍ତି ହୋଇଥାନ୍ତି I ତେଣୁ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବାର ବ୍ୟବସ୍ଥା ନାହିଁ I ସେହିପରି ମନ୍ତ୍ରୀ ଜଣାଇଛନ୍ତିଯେ ମହାମାରୀ କରୋନା ସମୟରେ ବିଦ୍ୟୁତ ବିଭାଗରେ ଅନବରତ କାର୍ଯ୍ୟ ସମ୍ପାଦନ କରିଥିବା କର୍ମଚାରୀ ମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରାଯାଇ ନାହିଁ I ମନ୍ତ୍ରୀଙ୍କ ଏପରି ଉତ୍ତରର ତୀବ୍ର ବିରୋଧ କରିଛନ୍ତି ବିଦ୍ୟୁତ ଶ୍ରମିକ/କର୍ମଚାରୀ ଏକତା ମଞ୍ଚର କର୍ମକର୍ତାମାନେ I
ଆଜି ଏ ଉପରେ ଏକ ଆଲୋଚନାରେ ନିଜର ମତାମତ ପ୍ରକାଶ କରି OSEB ଶ୍ରମିକ ମହାସଂଘର ସଭାପତି ରମେଶ ଶତପଥୀ ମନ୍ତ୍ରୀଙ୍କ ଏପରି ବୟାନ ଦୁର୍ଭାଗ୍ୟ ଜନକ କହିବା ସଂଗେ ସଂଗେ ଏହାର ତୀବ୍ର ବିରୋଧ କରିଥିଲେ I ସେ କହିଥିଲେ ଦୀର୍ଘ ୨୨ ବର୍ଷ ତଳେ ୧୯୯୯ ମସିହାରେ ପ୍ରଥମ ଘରୋଇକରଣ ହେବା ପୂର୍ବରୁ GRIDCO ଅଧୀନରେ ବିଭିନ୍ନ ଡିଭିଜନରେ କାର୍ଯ୍ୟ କରୁଥୁବା ୪୯୯୯ ଜଣ କର୍ମଚାରୀଙ୍କୁ ରେଗୁଲାର ନିଯୁକ୍ତି ଦିଆଗଲା ପରେ ସେମାନଙ୍କୁ ଘରୋଇ କମ୍ପାନୀକୁ ହସ୍ତାନ୍ତର କରାଯାଇଥିଲା I ହେଲେ ଚଳିତ ବର୍ଷ ଘରୋଇ କମ୍ପାନୀ TATA POWER କୁ OERC ୫୧% ଅଂଶଧନ ମାଲିକାନା ହସ୍ତାନ୍ତର କରିବା ପୂର୍ବରୁ ହାରାହାରି ୧୭ ରୁ ୧୮ ହଜାର କର୍ମଚାରୀଙ୍କୁ ରେଗୁଲାର ନିଯୁକ୍ତି ନଦେଇ କେବେଳ ହାତ ଗଣତି ନିର୍ଦ୍ଧିଷ୍ଟ କେତେକ ରେଗୁଲାର କର୍ମଚାରୀଙ୍କୁ ହସ୍ତାନ୍ତର କରାଯାଇଛି I ବର୍ତମାନ ଏହି କର୍ମଚାରୀମାନେ ରାଜରାସ୍ତାରେ ତାଙ୍କର ପ୍ରତିଵାଦ ଜାରି ରଖିଛନ୍ତି I ନିଖିଳ ଓଡିଶା ବିଦ୍ୟୁତ ଶ୍ରମିକ ମହାସଂଘର ସାଧାରଣ ସମ୍ପାଦକ ଅକ୍ଷୟ ତ୍ରିପାଠୀ ଆଲୋଚନାରେ ଭାଗ ନେଇ କହିଲେଯେ ମନ୍ତ୍ରୀଙ୍କ ବକ୍ତବ୍ୟ ବିଦ୍ୟୁତ ବିଭାଗରେ କୋୖଣସି ଠିକା କର୍ମଚାରୀ ନିଯୁକ୍ତି ପାଇନାହାନ୍ତି, ଏହା ୧୭ ହଜାର କର୍ମଚାରୀଙ୍କ ପ୍ରତି କୁଠାରାଘାତ I ରାଜ୍ୟସାରାକର ତୁରନ୍ତ ଯେତେଗୁଡ଼ିଏ କର୍ମଚାରୀ ବିଭିନ୍ନ ସଂସ୍ଥା ଦ୍ୱାରା ନିଯୁକ୍ତି ପାଇ ଦୀର୍ଘ ୮-୧୦ ବର୍ଷ ଧରି ବିତରଣ କମ୍ପାନୀ ମାନଙ୍କରେ କାର୍ଯ୍ୟ କରିଆସୁଛନ୍ତି ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବାର ବାଟ ବାହାର କରନ୍ତୁ I ନହେଲେ ରାଜ୍ୟ ବିଦ୍ୟୁତ ବିଭାଗରେ ଏକ ଗୁରୁତର ପରିସ୍ଥିତି ସୃଷ୍ଟି ହେବ I OSE ଏମ୍ପ୍ଲୋଇଜ ଫେଡେରେସନର ସାଧାରଣ ସମ୍ପାଦକ ଯତୀନ୍ଦ୍ର କୁମାର ରାୟ ଆଲୋଚନାରେ ଭାଗ ନେଇ ଜାଣିଥିଲେଯେ ରାଜ୍ୟସରକାର ଓ OERC କାର୍ଯ୍ୟରତ ଆଉଟସୋର୍ସ ଓ ଠିକା କର୍ମଚାରୀଙ୍କ ମଧ୍ୟରେ ଯେଉଁ ପ୍ରଭେଦ ସୃଷ୍ଟି କରୁଛି ଏଥିରୁ ସ୍ପଷ୍ଟ ଜଣାପଡୁଛି ରାଜ୍ୟସରକାର TATA କମ୍ପାନୀକୁ ସୁହାଇଲା ଭଳି ଏହିସବୁ କାର୍ଯ୍ୟ କରୁଛନ୍ତି I ଯାହାଫଳରେ ଦୀର୍ଘ ୮-୧୦ ବର୍ଷ ଧରି କାର୍ଯ୍ୟକରୁଥିବା ଆଉଟସୋର୍ସ କର୍ମଚାରୀମାନେ ଭବିଷ୍ୟତରେ ରେଗୁଲା କର୍ମଚାରୀ ଭାବରେ ନିଯୁକ୍ତି ପାଇବାରୁ ବଞ୍ଚିତ ହେବେ I ସେ ପୁନରାବର କହିଲେଯେ ମନ୍ତ୍ରୀଙ୍କ ବକ୍ତବ୍ୟ ଆନ୍ଦୋଲନରତ ଠିକା କର୍ମଚାରୀ ଓ ବର୍ତମାନ କାର୍ଯ୍ୟରତ ଠିକା କର୍ମଚାରୀଙ୍କ ମଧ୍ୟରେ ଥିବା ଅସନ୍ତୋଷ ନିଆଁରେ ଘିଅ ଢ଼ାଲିବା ଭଳି ସଦୂରସ I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More