ଆମ୍‌ୱେ ଇଣ୍ଡିଆର ୭୫୭ କୋଟି ସମ୍ପତ୍ତି ଜବତ କଲା ଇଡି

lokashakti bureau

0

ନୂଆଦିଲ୍ଲୀ : ଆମ୍‌ୱେ ଇଣ୍ଡିଆ ଏଣ୍ଟରପ୍ରାଇଜେସ୍‌ ପ୍ରାଇଭେଟ୍ ଲିମିଟେଡର ୭୫୭.୭୭ କୋଟି ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଜବତ କରିଛି । ଏହି କମ୍ପାନୀ ବିଭିନ୍ନ ପ୍ରକାର ମାର୍କେଟିଂ ଦୁର୍ନୀତିରେ ଜଡିତ ଥିବା ଅଭିଯୋଗ ହୋଇଛି। ଜବତ ସମ୍ପତ୍ତି ମଧ୍ୟରେ ତାମିଲନାଡୁ ଡିଣ୍ଡିଗୁଲ ଜିଲାରେ କମ୍ପାନୀର ଏକ ଘର ଓ ଜମି ରହିଛି । ଏହା ସହିତ କମ୍ପାନୀର ପ୍ଲାଣ୍ଟ, ଯନ୍ତ୍ରାଂଶ, ଗାଡି, ୩୬ଟି ବ୍ୟାଙ୍କରେ ଥିବା ଜମା ଓ ସ୍ଥାୟୀ ଜମା ଅର୍ଥ ରହିଛି । ୭୫୭.୭୭ କୋଟି ଟଙ୍କାରୁ ୪୧୧.୮୩ କୋଟିର ସ୍ଥାବର ଓ ୩୪୫.୯୪ କୋଟିର ଅସ୍ଥାବର ସମ୍ପତ୍ତି ରହିଛି। ଇଡି ଅଧିକାରୀଙ୍କ କହିବା ଅନୁଯାୟୀ ୨୦୦୨-୦୩ରୁ ୨୦୨୧-୨୨ ମଧ୍ୟରେ ଆମୱେ ଏହାର ବ୍ୟବସାୟ ମାଧ୍ୟମରେ ୨୭,୫୬୨ କୋଟି ଟଙ୍କା ସଂଗ୍ରହ କରିଥିଲା। ଏଥିରୁ କମ୍ପାନୀର ବିତରକ ଓ ସଦସ୍ୟମାନଙ୍କୁ ୭,୫୮୮କୋଟି ଟଙ୍କା କମିସନ ଆକାରରେ ଦିଆଯାଇଥିଲା। ଇଡି କହିଛି ଯେ ବିଭିନ୍ନ ମାର୍କେଟିଂ ନେଟୱର୍କ ମାଧ୍ୟମରେ ଆମୱେ ଜାଲିଆତି କାରବାର ଚଳାଇଥିଲା।
ଆମୱେ ଯେଉଁ ସବୁ ଉତ୍ପାଦକୁ ବିକ୍ରି କରିଥାଏ ତାର ବଜାର ମୂଲ୍ୟ ବହୁତ ଅଧିକ ରହିଥାଏ। ଯେତେବେଳେ କି ଅନ୍ୟ ପ୍ରମୁଖ କମ୍ପାନୀର ସମାନ ପ୍ରକାର ଉତ୍ପାଦର ମୂଲ୍ୟ କମ୍ ରହିଥାଏ। ସାଧାରଣ ଲୋକଙ୍କୁ କମ୍ପାନୀର ସଦସ୍ୟ କରାଯାଇ ଆମୱେ ଏହାର ଉତ୍ପାଦକୁ ବିକ୍ରି କରି ଲୋକଙ୍କୁ ଏକପ୍ରକାର ଠକି ଚାଲିଥିଲା।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More