ଚୀନରେ ଭୂକମ୍ପ ; ୪ ମୃତ, ୧୪ ଆହତ

0

ବେଜିଙ୍ଗ : ଦକ୍ଷିଣ ପଶ୍ଚିମ ଚୀନର ସିଚୁଆନ ପ୍ରାନ୍ତର ୟାନ ସହରରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭବ ହୋଇଛି । ଗତକାଲି ଅପରାହ୍ନରେ ଭୂକମ୍ପ ଅନୁଭବ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତିବ୍ରତା ୬.୧ ରେକର୍ଡ କରାଯାଇଛି । ଏହି ଭୂକମ୍ପରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୪ ଜଣ ଆହତ ହୋଇଛନ୍ତି । ଚାଇନା ଭୂକମ୍ପ ନେଟୱାର୍କ କେନ୍ଦ୍ର (ସିଇଏନସି) ଅନୁଯାୟୀ, ସେଠାକାର ସ୍ଥାନୀୟ ସମୟ ପ୍ରାୟ ସନ୍ଧ୍ୟା ୫ଟାରେ ସିଚୁଆନ ଳୁଶାନ କାଉଣ୍ଟିରେ ଏହି ଭୂକମ୍ପ ହୋଇଛି । ସିଇଏନସି କହିବାନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ୧୭ କିଲୋମିଟର ଗଭୀରତାରେ ୩୦.୪ ଉତ୍ତର ଅକ୍ଷାଂଶ ଏବଂ ୧୦୨.୯ ଡିଗ୍ରୀ ପୂର୍ବ ଦ୍ରାଘିମାରେ ଦେଖିବାକୁ ମିଳିଛି ।

 

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More