ନ୍ୟୁଜିଲାଣ୍ଡରେ ଭୟାବହ ଭୂମିକମ୍ପ

ସୁନାମୀ ଆଶଙ୍କା

0

ଓ୍ୱେଲିଂଟନ୍‌ – ନ୍ୟୁଜିଲାଣ୍ଡ୍‌ରେ ଭୟାବହ ଭୂମିକମ୍ପ । ନ୍ୟୁଜିଲାଣ୍ଡ୍‌ର କେରମାଡେକ୍‌ ଦ୍ୱୀପରେ ୭.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଏହାପରେ ସେଠାରେ ସୁନାମୀ ସତର୍କତା ଜାରି କରାଯାଇଛି । ତେବେ ଏହାର ସମ୍ଭାବନା କମ୍‌ ବୋଲି କୁହାଯାଇଛି ।
ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଟରୁ ୧୦ କିଲୋମିଟର ଗଭୀରରେ ଅବସ୍ଥିତ । ଆମେରିକାର ଜିଓଲଜିକାଲ୍‌ ସର୍ଭେ ପକ୍ଷରୁ ଏହି ବିଶାଳ ଦ୍ୱୀପରେ ସୁନାମୀ ସତର୍କତା ଜାରି କରାଯାଇଛି ।

ପୂର୍ବରୁ ତୁର୍କୀ ଏବଂ ସିରିଆରେ ଭୟାବହ ଭୂମିକମ୍ପ ହୋଇ ପ୍ରବଳ କ୍ଷୟକ୍ଷତି ହୋଇଛି । ଏଥିରେ ୫୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ତୁର୍କୀର ଅନେକ ସହର ଧ୍ୱସଂ ହୋଇଯାଇଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More