ଭୁବନେଶ୍ୱର : ଓଡ଼ିଶା କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେଉଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଶାର ଦୌଡ଼ରାଣୀ ଦୂତି ଚାନ୍ଦ ଶନିବାର ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ମାତ୍ର ୧୧.୪୯ ସେକେଣ୍ଡରେ ଏହି ଦୂରତ୍ୱ ଅତିକ୍ରମ କରିଛନ୍ତି । ଏହାଦ୍ବାରା ସେ ଏକ ନୂଆ ବିଶ୍ୱବିଦ୍ୟାଳୟସ୍ତରୀୟ ରେକର୍ଡ ସୃଷ୍ଟି କରିଛନ୍ତି ।