ଷ୍ଟିୟରିଂ ଛାଡ ଆନ୍ଦୋଳନ

ରାଜ ରାସ୍ତାରେ ଡ୍ରାଇଭର ମହାସଂଘ

0

୧୦ ଦଫା ଦାବି ନେଇ ରାଜ୍ୟରେ ଡ୍ରାଇଭର ସଂଘ ପକ୍ଷରୁ ଷ୍ଟିୟରିଂ ଛାଡ ଆନ୍ଦୋଳନ ଆରମ୍ଭ ହୋଇଛି। ଯଦିଓ ଏହି ଆନ୍ଦୋଳନରେ ଡ୍ରାଇଭର ମାନେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଛନ୍ତି, ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି। ବିଭନ୍ନ ସ୍ଥାନରେ ରାସ୍ତାକୁ ଓହ୍ଲାଇ ପିକେଟିଂ କରୁଛନ୍ତି ଡ୍ରାଇଭର। ସମ୍ବଲପୁର ଓ ଭୁବନେଶ୍ବରରେ ଡ୍ରାଇଭର ସଂଘର କର୍ମକର୍ତ୍ତାମାନେ ରାସ୍ତାରେ ଗାଡି ଅଟକାଉଛନ୍ତି। ବଣାଇ, ଗୁରୁଣ୍ଡିଆ, ଲହୁଣୀପଡ଼ା ଓ କୋଇଡାରେ ଗାଡ଼ି ଚଳାଚଳ ଏକ ପ୍ରକାର ବନ୍ଦ ରହିଛି।ଭୁବନେଶ୍ୱର ତମାଣ୍ଡୋରେ ଚାଳକ ଓ ପୁଲିସ ମୁଁହାମୁଁହି ହୋଇଥିବା ଖବର ମିଳିଥିବା ବେଳେ ବ୍ରହ୍ମପୁରରେ ବସ ଚଳାଚଳ ବନ୍ଦ ରହିଛି। କଟକ ବାଦାମବାଡ଼ି ଓ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ ଯାତ୍ରୀ ନାହାନ୍ତି। ବଡ଼ି ଭୋରରୁ କିଛି ବସ ଷ୍ଟାଣ୍ଡରୁ ବାହାରି ଯାଇଥିବା ବେଳେ ଅନେକ ବସ୍ ଅଧାରେ ଅଟକି ରହିଛି।
ବଲାଙ୍ଗିରରେ ଏହି ଧର୍ମଘଟର ପ୍ରଭାବ ଦେଖିବାକୁ ମିଳିଛି। ବସ୍‌ ଷ୍ଟାଣ୍ଡରେ ସମସ୍ତ ବସ ଛିଡା ହୋଇଛି କିନ୍ତୁ ଗୋଟିଏ ବି ଚାଲୁନାହିଁ। ଦୂରଦୂରାନ୍ତକୁ ଯିବାକୁ ଥିବା ଯାତ୍ରୀ ମାନେ ସେଠାରେ ସକାଳ ଠାରୁ ଅଟକି ରହିଛନ୍ତି। ବାଲେଶ୍ୱର ସୋରରେ ଆନ୍ଦୋଳନକାରୀ ମାନେ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଭଦ୍ରକ ଓ ବନ୍ତ ଛକରେ ଆନ୍ଦୋଳନକାରୀମାନେ ଅଧାବାଟରେ ବସ୍‌ ଅଟକାଇ ଥିବା ବେଳେ ସମ୍ବଲପୁରରେ ଜନତା ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିବା ଖବର ମିଳିଛି। ନୟାଗଡ଼ ଓ କେନ୍ଦ୍ରାପଡାରେ ମଧ୍ୟ ଯାତ୍ରୀ ପରିବହନ ବ୍ୟାହତ ହୋଇଛି।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More