ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଆଗାମୀ ଦିନରେ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବାକୁ ଯାଉଥିବାରୁ ଲୋକଶକ୍ତି ସମ୍ବାଦପତ୍ର, ଲୋକଶକ୍ତି ଟିଭିର ମୁଖ୍ୟ ସମ୍ପାଦକ ତଥା ବିଶିଷ୍ଟ ଶ୍ରମିକ ନେତା ଶ୍ରୀ ରମେଶ ଶତପଥୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ଏନଡିଏ ଏହି ନିଷ୍ପତିକୁ ସ୍ୱାଗତ କରିଛନ୍ତି |

0

ନୂଆଦିଲ୍ଲୀ : ଓଡ଼ିଶାର ଆଦିବାସୀ ଅଧୁସିତ ମୟୁରଭଞ୍ଜ ଜିଲ୍ଲାର ନେତ୍ରୀ ଦ୍ରୌପଦୀ ମୁର୍ମୁ ଏବେ ଭାରତର ରାଷ୍ଟ୍ରପତି ଆସନ ଅଳଙ୍କୃତ କରିବାକୁ ଯାଉଛନ୍ତି | ଗତକାଲି ବିଜେପିର ରାଷ୍ଟ୍ରୀୟ ସଭାପତି ଶ୍ରୀଯୁକ୍ତ ଜେପି ନଡ୍ଡା ଏହି ବିଷୟ ଘୋଷଣା କରିବା ପରେ ଓଡ଼ିଶାରେ ଏକ ଆନନ୍ଦର ଲହରୀ ଖେଳିଯାଇଛି | ଦ୍ରୌପଦୀ ମୁର୍ମୁ ମୟୁରଭଞ୍ଜ ଜିଲ୍ଲାରେ ଜନ୍ମଗ୍ରହଣ କରି ବହୁ ଘାତ ପ୍ରତିଘାତ ଦେଇ ଆଗକୁ ମାଡିଚାଲିଥିଲେ ଏବଂ ରାଜ୍ୟରେ ଜଣେ ଯୋଗ୍ୟ ମନ୍ତ୍ରୀ ହିସାବରେ ନିଜର ଦକ୍ଷତାର ପ୍ରମାଣ ମଧ୍ୟ ଦେଇଥିଲେ | ସେ ଝାଡ଼ଖଣ୍ଡରେ ରାଜ୍ୟପାଳ ପଦରୁ ୨୦୨୧ ମସିହା ଜୁଲାଇ ୧୨ ତାରିଖରେ ଅବସର ନେଇଥିଲେ | ସେ ଝାଡ଼ଖଣ୍ଡ ରାଜ୍ୟପାଳ ହିସାବରେ ୬ ବର୍ଷ କାର୍ଯ୍ୟ କରିଛନ୍ତି | ସେ ନାରୀ ଶକ୍ତିର ଉତଥାନର ଏକ ପ୍ରତୀକ ହିସାବରେ ନିଜକୁ ପ୍ରମାଣିତ କରିଛନ୍ତି | ତାଙ୍କୁ ରାଷ୍ଟ୍ରପତି କରିବାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ସହଯୋଗ ଅଛି | ଏ ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆଲୋଚନା କରିଥିଲେ |
ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି ହେବାକୁ ଯାଉଥିବାରୁ ଆମେ ତାଙ୍କୁ ସ୍ୱାଗତ କରିବା ସହିତ ଜଣେ ଓଡ଼ିଆ ହିସାବରେ ଗର୍ବ ଅନୁଭବ କରୁଛୁ |

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More