ଡ଼ିସେମ୍ବର ୧ରେ ଦୀପିକା ଓ ରଣବୀରଙ୍କ ଭୋଜି …

0

ଋାମଲିଲା,ପଦ୍ମାପତୀ , ବାଜିରାଓ ମସ୍ତାନୀ ପରି ଫିଲ୍ମର ସୁପରହିଟ ଯୋଡ଼ି ଦୀପିକା ଓ ରଣବୀର ବିବାହ ସାରି ମୁ୍ମ୍ବାଇ ସ୍ଥିତ ଘରକୁ ଫେରିଛନ୍ତି । ଇଟାଲୀରେ ବିବାହ ସାରି ଏହି ଦୁଇ ଦମ୍ପତି ଭାରତକୁ ଫେରିଆସିଛନ୍ତି । ଆସନ୍ତା ୨୧ ତାରିଖରେ ବାଙ୍ଗାଲୁରୁରେ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ପାଇଁ ଏକ ରିସେପସନର ଆୟୋଜନ କରିଛନ୍ତି । ଆସନ୍ତା ୨୮ ତାରିଖରେ ମୁମ୍ବାଇରେ ମିଡ଼ିଆ ପର୍ସନଙ୍କ ପାର୍ଟି ରଖିଛନ୍ତି । ଏଥିସହ ଆସନ୍ତା ଡିସେମ୍ବର ୧ ତାରିଖରେ ବଲିଉଡର ଅଭିନେତା, ଅଭିନେତ୍ରୀ ଏବଂ ସେଲିବ୍ରିଟିଙ୍କ ପାଇଁ ଏକ ରିସେପସନ ଆୟୋଜନ କରିଛନ୍ତି ।ଦୀପିକା ଓ ରଣବୀର ସିନ୍ଧି ଓ କୋଙ୍କଣୀ ରିତିରେ ବିବାହ କରିଛନ୍ତି । ରଣବୀର ଏବଂ ଦୀପିକା ଜୁହୁରେ ଏକ ଆଲିଶାନ ବଙ୍ଗଳା କିଣିଛନ୍ତି । ଏହି ବଙ୍ଗଳାର ମୂଲ୍ୟ ପାଖାପାଖି ୫୦ କୋଟି ଟଙ୍କା । ଉଭୟ ମିଶି ବଙ୍ଗଳାର ବ୍ୟକ୍ତିଗତ ଭାବେ ଈଂଟରିୟର କରାଉଛନ୍ତି । ଦୀପିକା ଓ ରଣବୀରଙ୍କ ବିବାହର ଆୟୋଜନ ଘରସଜ୍ଜା ଓ ପୋଷାକକୁ ଦେଖି କୁହାଯାଉଛି କି ୨୦୧୮ର ଏହା ହେଉଛି ସବୁଠାରୁ ଆଡମ୍ବର ପୂର୍ଣ୍ଣ ବିବାହ । ବିମାନବନ୍ଦରରେ ଉଭୟଙ୍କ ଦେଖିବା ପାଇଁ ପ୍ରଶଂସକ ଓ ମିଡ଼ିଆର ଭିଡ଼ ଜମିଥିଲା । ତେବେ ଉଭୟ ଏକା ଭଳି ଡ୍ରେସ ପିନ୍ଧିଥିଲେ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More