ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଦିଅନ୍ତୁ : ସତ୍ୟପ୍ରକାଶ ନାୟକ

0

ଭୁବନେଶ୍ୱର : 2007ର ଏକ କଙ୍ଗାରୁ କୋର୍ଟ କୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ । ବିଧାନସଭାରେ ମିଛ କହିଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର । ହାଇକୋର୍ଟର ଆଦେଶକୁ ସରକାର ପାଳନ କରିନାହାନ୍ତି । 2018 ରେ ହାଇକୋର୍ଟ କହିଥିଲେ ବାସନ୍ଦ ଲୋକଙ୍କୁ ଗାଁରେ ଥଇଥାନ କର । ସତ୍ୟପ୍ରକାଶ ନାୟକ
25-11-19 ରେ ବିଧାନସଭାରେ ଦିବ୍ୟ ଶଙ୍କର ମିଶ୍ର କହିଥିଲେ ୧୨ ବାସନ୍ଦ ପରିବାର ଗାଁକୁ ଫେରିଛନ୍ତି । ହେଲେ ବାସନ୍ଦ ୨ ପରିବାରର ମହିଳା , ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କଲେ ୧୨ ବର୍ଷ ହେଲା ଆମେ ବାହାରେ ରହୁଛୁ । ନୟାଗଡ଼ ରଣପୁରର ଖଲିପାଟଣା ଗାଁରେ ୧୨ ପରିବାରକୁ ୧୨ବର୍ଷ ହେଲାଣି ନିଆଁ ପାଣି ବାସନ୍ଦ କରାଯାଇଛି । ୨୦୦୭ ରେ ରାଜ୍ୟ ମାନବାଧିକାର କମିଶନଙ୍କ ସ୍ୱତନ୍ତ୍ର ଟିମ ସେଠାକୁ ଗସ୍ତ କରି ଶାନ୍ତି କମିଟି ଗଠନ କରିବାକୁ କହିଥିଲେ । ହେଲେ ତାହା ବି ପାଳନ ହେଲାନି ।
ବିଧାନସଭାରେ ମିଛ କହିଥିବାରୁ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଦିଅନ୍ତୁ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More