ମନ୍ତ୍ରୀ କ’ଣ କହିଲେ : ରାଜ୍ୟରେ ୨୦୧୦ -୨୦୧୯ ଅକ୍ଟୋବର ସୁଦ୍ଧା ରାଜ୍ୟରେ ବିଦ୍ୟୁତ ଆଘାତରେ ୧୪୧୫ ଜଣ ଲୋକ ମୃତ୍ୟ ବରଣ କରିଛନ୍ତି I ଏହାଛଡା ୮୩୪ ଟି ବିଭିର୍ନ ଗୃହପାଳିତ ପଶୁ ମଧ୍ୟ ମୃତ୍ୟ ବରଣ କରିଛନ୍ତି : ବିଧାନସଭାରେ ପ୍ରକାଶ କରଛନ୍ତି ଶକ୍ତିମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର

0

ଭୁବନେଶ୍ୱର : ଗତ ୨୦୧୦ ରୁ ୨୦୧୯ ଅକ୍ଟୋବର ସୁଦ୍ଧା ବିଦ୍ୟୁତ ଆଘାତରେ ୧୪୧୫ ଜଣ ଜନସାଧାରଣ ତଥା କର୍ମଚାରୀ ମୃତ୍ୟ ବରଣ କରିଥିବାବେଳେ ୮୪୩ଟି ଗୃହପାଳିତ ପଶୁଙ୍କ ଜୀବନ ଯାଇଛି ବୋଲି ବିଭାଗୀୟମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ବିରୋଧୀଦଳ ମୁଖ୍ୟ ସଚେତକ ତଥା ବିଧାୟକ ମୋହନ ଚରଣ ମାଝୀଙ୍କ ପ୍ରଶ୍ନର ଉତ୍ତର ଦେଇ ଏହା ପ୍ରକାଶ କରିଛନ୍ତି I ସେ କହିଛନ୍ତିଯେ , ବିଦ୍ୟୁତ ବିତରଣକାରି ସଂସ୍ଥା CESU ଅନ୍ତର୍ଗତ ୨୦ଟି ଡିଭିଜନରେ ଗତ ୯ ବର୍ଷ ମଧ୍ୟରେ ୫୮ ଜଣ କର୍ମଚାରୀ ମୃତ୍ୟୁ ବରଣ କରିଥିବାବେଳେ ୫୩୯ ଜଣ ସାଧାରଣ ଲୋକ ମୃତ୍ୟ ବରଣ କରିଛନ୍ତି I ସେହିପରି ୧୯୮ ଟି ଗୃହପାଳିତ ପଶୁ ଓ ଅନ୍ୟାନ୍ୟ ପଶୁଙ୍କର ମୃତ୍ୟୁ ବରଣ ଘଟିଥିବାବେଳେ ୫୪ଟି ହାତୀଙ୍କର ମୃତ୍ୟୁ ଘଟିଛି I ସେହିପରି NESCO ଅଧୀନରେ କାର୍ଯ୍ୟ କରୁଥିବା ୪୭ଜଣ କର୍ମଚାରୀ ମୃତ୍ୟୁ କରିଥିବାବେଳେ ୧୯୪ ଜଣ ସାଧାରଣ ଲୋକ ମୃତ୍ୟୁ ବରଣ କରିଛନ୍ତି ଏବଂ NESCO ଅଧୀନରେ ଥିବା ଡିଭିଜନ ଗୁଡିକରେ ୨୬୨ଟି ଗୃହପାଳିତ ପଶୁ ଓ ଅନ୍ୟାନ୍ୟ ପଶୁଙ୍କର ମୃତ୍ୟୁ ଘଟିଛି I ୭ଟି ହାତୀଙ୍କର ମଧ୍ୟ ମୃତ୍ୟୁ ଘଟିଛି I ବିତରଣ କମ୍ପାନୀ WESCO ଅଧୀନରେ ଥିବା ବିଭିର୍ନ ଡିଭିଜନ ଗୁଡିକରେ ୬୭ ଜଣ କର୍ମଚାରୀ ଏବଂ ୨୧୫ ଜଣ ଜନସାଧାରଣଙ୍କର ମୃତ୍ୟୁ ଘଟିଛି I ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଥିବା ଗୃହପାଳିତ ଓ ଅନ୍ୟାନ୍ୟ ପଶୁ ଙ୍କର ସଂଖ୍ୟା ହେଲା ୧୪୧ I ଏବଂ ୧୫ଟି ହାତୀଙ୍କର ମଧ୍ୟ ଜୀବନ ଯାଇଛି I ବିତରଣ କମ୍ପାନୀ SOUTHCO ଅଧୀନରେ କାର୍ଯ୍ୟରତ ୬୭ ଜଣ କର୍ମଚାରୀ ଓ ୩୨୮ ଜଣ ଜନସାଧାରଣଙ୍କର ଜୀବନ ହାନି ଘଟିଥିବାବେଳେ ୨୮୨ଟି ଗୃହପାଳିତ ପଶୁଙ୍କର ମୃତ୍ୟୁ ଘଟିଛି I ସେଥିମଧ୍ୟରେ ୭ଟି ହାତୀ ମଧ୍ୟ ଅଛନ୍ତି I
ମନ୍ତ୍ରୀ ଉପସ୍ଥାପନ କରିଥିବା ତଥ୍ୟ ଅନୁଯାୟୀ ଏହି ୯ ବର୍ଷ ମଧ୍ୟରେ CESU ୫କୋଟି ୮୭ଲକ୍ଷ ୮୧ହାଜର ୭୫୪ଟଙ୍କା ଅନୁକମ୍ପା ରାଶି ମୃତକଙ୍କ ପରିବାରକୁ ପ୍ରଦାନ କରିଥିବାବେଳେ NESCO ୨କୋଟି ୮୪ଲକ୍ଷ ୫୧ହଜାର ୨୬୨ଟଙ୍କା , WESCO ୮କୋଟି ୮୦ଲକ୍ଷ ୯୫ହଜାର ୬୪ତଙ୍କ , SOUTHCO ୫କୋଟି ୭ଲକ୍ଷ ୩୪ହାଜର ୨୧ଟଙ୍କା ଅନୁକମ୍ପା ରାଶି ମୃତକଙ୍କ ପରିବାରକୁ ପ୍ରଦାନ କରିଛନ୍ତି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି I
ଏଠାରେ ବିଦ୍ୟୁତ ଉପୋଭୋକ୍ତା ମାନଙ୍କ ମନରେ ପ୍ରଶ୍ନ ଉଠୁଛି ଅଫିସର , ଇଞ୍ଜିନିଅର ଓ କର୍ମଚାରୀ ମାଙ୍କର ଦକ୍ଷତା ଅଭାବରୁ ଏହି ଯେଉଁ ସବୁ କ୍ଷତି ହେଲା , ସେ ଅର୍ଥ ଆଉ କାହାଠୁ ଆଦାୟ ହୋଇଛି ନା “ମାର ମାର ଭଣ୍ଡାରୀଆ କୁ ମାର” ହିସାବରେ ବିଦ୍ୟୁତ ବିତରଣ କମ୍ପାନୀମାନେ ଏହି ଅର୍ଥ ତାରିଫ ଆକାରରେ ବିଦ୍ୟୁତ ଗ୍ରାହକଙ୍କ ଠାରୁ ଆଦାୟ କରିବାର ଯୋଜନାରେ ଅଛନ୍ତି I ତାହା ମନ୍ତ୍ରୀ ପ୍ରକାଶ କରିବା ଉଚିତ I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More