ଧୋନିଙ୍କ ଅବସର ଗୁଜବକୁ କଟାକ୍ଷ କଲେ ଜାଭେଦ : କହିଲେ ଧୋନି ଟିମ-ବ୍ଲୁର ଅସ୍ତ୍ର

0

ବିଶ୍ଵକପ ପରେ କ୍ରିକେଟରୁ ଅବସର ନେବେ ଧୋନି ବୋଲି ଚାରିଆଡେ ଗୁଜବ ଉଠିଥିଲା । ମାତ୍ର ପୁଣିଥରେ ନିଜର କମାଲ ଦେଖାଇଛନ୍ତି କୁଲମ୍ୟାନ ଧୋନି । ବିଶ୍ୱକପ ସେମିଫାଇନାଲ ମ୍ୟାଚରେ ଯେତବେଳେ ଭାରତ ଗୋଟିଏ ଗୋଟିଏ ରନ ନେବାପାଇଁ ସଂଘର୍ଷ ଜାରି ରଖିଥିଲା ଠିକ ସେହି ସମୟରେ ଧୋନି ଯେଉଁଭଳି ଭାବରେ ନିଜର ଅଭିଜ୍ଞାତା ଦେଖାଇ ମ୍ୟାଚକୁ ଆଗକୁ ନେଇଥିଲେ ବାସ୍ତବରେ ତାହାର ଭୁୟସୀ ପ୍ରଶଂସା ଜରୁରୀ । ନିକଟରେ କୋକିଳକଣ୍ଠି ଭାରତରତ୍ନ ଲତା ମଙ୍ଗେସକର ଧୋନିଙ୍କୁ ଅବସର ବିଷୟରେ ନିଷ୍ପତି ନନେବାପାଇଁ ଟ୍ୱିଟ କରି ଅନୁରୋଧ କରିଥିଲେ । ଆଉ ପୁଣିଥରେ ଗୀତିକାର ଜାଭେଦ ଅଖତାର ଧୋନିଙ୍କୁ ପ୍ରଶଂସା କରିବାକୁ ଭୁଲିନାହାନ୍ତି । ଜାଭେଦ ଟ୍ୱିଟ କରି କହିଛନ୍ତି ଯେ, ଧୋନି ଜଣେ ଦକ୍ଷ କ୍ରିକେଟର । ସେ ବହୁବାର ଭାରତକୁ ସଙ୍କଟରୁ ଉଦ୍ଧାର କରିଛନ୍ତି । ସେ ଉଇକେଟ ରକ୍ଷକ ଭାବରେ ହେଉ ଅବା ମଧ୍ୟ୍ୟକ୍ରମ ବ୍ୟାଟ୍ସମ୍ୟାନ ଭାବରେ, ସେ ତାଙ୍କର ନିର୍ଭାରଯୋଗ୍ୟତାର ଝଲକ ଦେଖାଇଛନ୍ତି । ତାଙ୍କ ନିକଟରେ ଯେଉଁ ଅଭିଜ୍ଞାତା ରହିଛି ତାହା ଭାରତୀୟ କ୍ରିକେଟପାଇଁ ବଡ ଅସ୍ତ୍ର । ଧୋନିଙ୍କଠାରେ ଆହୁରି ଅନେକ କ୍ରିକେଟ ବାକିଅଛି । ତେଣୁ କ’ଣପାଇଁ ତାଙ୍କ ଅବସର ବିଷୟରେ ଚର୍ଚା ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More