କରୋନାକୁ ହରାଇବା ପାଇଁ ଏକ ମାସର ଦରମା ଦେଲେ ଧର୍ମେନ୍ଦ୍ର ପ୍ରଧାନ

0

ନୂଆଦିଲ୍ଲୀ : ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନାଡ୍ଡା ସବୁ ସାଂସଦ ଓ ବିଧାୟକମାନଙ୍କୁ ଏକ ମାସର ଦରମା କରୋନା ଫଣ୍ଡ ଦେବାପାଇଁ କହିଥିଲେ । ଏହି କ୍ରମରେ ଆଜି ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଏକ ମାସର ଦରମା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ୍‌ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକକୋଟିରୁ ଅଧିକ ଅର୍ଥ ଦାନ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ୍‌ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କ ସାଂସଦ ପାଣ୍ଠିରୁ ଏକକୋଟି ଟଙ୍କା ଦେଇଥିବା ବେଳେ ମାସକର ଦରମା ମଧ୍ୟ ଦାନ କରିଦେଇଛନ୍ତି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ଟଙ୍କା ପ୍ରଦାନ କରିଥିବା ଟ୍ବିଟ କରି ଦର୍ଶାଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ । ପୂର୍ବରୁ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ସାଂସଦ ଜୁଏଲ ଓରାମ ମଧ୍ୟ ତାଙ୍କର ଏକ ମାସର ଦରମା ଦେଇ ସାରିଛନ୍ତି।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More