କରୋନା ମୁକାବିଲା ନେଇ ଓଡିଶୋର ବିଜେପି ସାଂସଦଙ୍କ ସହ ଆଲୋଚନୋ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0

ଭୁବରନଶ୍ୱ : ଓଡିଶୋରେ କରୋନା ମୁକାବିଲା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଭିଡିଓ କନଫରେନ୍ସି ଯୋଗେ ଦଳର ବିଜେପି ସାଂସଦମାନଙ୍କ ସହ ବିସ୍ତୁତ ଆଲୋଚନ କରିଛନ୍ତି I ଏନେଇ ଶ୍ରୀ ପ୍ରଧାନ ଟୁଇଟ କରି କହିଛନ୍ତି ଯେ , ଦଳ ତରଫରୁ କରୋନା ଲକ ଡାଉନ କାରଣରୁ ଖାଇବା ପିଇବା ସମସ୍ୟରେଥିବା ସାଧାରଣ ଗରିବ ଲୋକମାନଙ୍କୁ ଅନ୍ନଦାନ ପାଇଁ ଯୋଜନା ସମ୍ପର୍କରେ ଆଲୋଚନା କଲି I ଓଡ଼ିଶାର ୧ ଲକ୍ଷ କାର୍ଯ୍ୟକର୍ତା ୫ ଲକ୍ଷ ଲୋକଙ୍କୁ ନିଜ ଘରେ ରୋଷେଇ କରି ଭୋଜନ ଦେବା ପାଇଁ ଲଖ୍ୟ ଅନୁସାରେ କାମର ଆଲୋଚନ କଲି I
ସେହିପରି କରୋନା ମୁକାବିଲା ପାଇଁ ପିଏମ କେୟାର୍ସ ପାଣ୍ଠିକୁ କିପରି ଅଧିକରୁ ଅଧିକ ବଦାନ୍ୟ ବ୍ୟକ୍ତିଙ୍କୁ ଯୋଡାଯାଇ ପାରିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା ହେଲା I ବାହାର ରାଜ୍ୟରେ ଫସି ରହିଥିବା ଓଡ଼ିଆ ଶ୍ରମିକଙ୍କ ରହିବ , କିବା ଓ ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା ହେବ ସହ ନିଜ ନିଜ ନିର୍ବାଚନ ମଣ୍ଡଳୀରେ କରୋନା ମୁକାବିଲାକୁ ସ୍ଥାନୀୟ ପ୍ରଶାସନ ସହଯୋଗରେ ସୁନିୟନ୍ତ୍ରିତ କରିବା ନେଇ ଆଲୋଚନା ହୋଇଥିବା ଶ୍ରୀ ପ୍ରଧାନ କହିଛନ୍ତି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More