ଓଡ଼ିଶାର ଦେବତର କମିଶନର ଏମାର ମଠ ପାଇଁ ନୂଆ ଟ୍ରଷ୍ଟ ବୋର୍ଡ ଗଠନ କଲେ : ଏହି ଟ୍ରଷ୍ଟ ବୋର୍ଡ ଜଗନ୍ନାଥ ମନ୍ଦିରର ସମସ୍ତ ରୀତି ନୀତି ପାଳନ କରିବା ସହିତ ମଠର ସମସ୍ତ ବିଷୟ ବୁଝାମଣା କରିବେ .

0

୨୦୧୧ ମସିହାରେ ଏମାର ମଠ ମହନ୍ତ ରାଜଗୋପାଳ ରାମାନୁଜଦାସ ଏବଂ ତାଙ୍କର ସହଯୋଗୀମାନେ ରୁପା ଇଟା ଚୋରି କରିବା କାରଣରୁ ସେମାନଙ୍କୁ ପୋଲିସ ଗିରଫ କରି ଜେଲ ପଠାଇ ଦେଇଥିଲେ I ପୋଲିସ ଓ ଜିଲ୍ଲା ପ୍ରଶାସନ ଏହି ବର୍ଷ ୫୨୨ ଟି ରୁପା ଇଟା ଯାହାର ହାରାହାରି ଓଜନ ୧୮ ଟନ ଅଟେ ଓ ମୂଲ୍ୟ ୧୦୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଥିଲା I ଏମାର ମଠର ଏକ ଗୁପ୍ତ କୋଠରୀରୁ ଏହା ମିଳିଥିଲା I ମଠର ମହନ୍ତଙ୍କୁ ଗିରଫ କରି ଜେଲ ପଠାଯିବାପରେ ଦେବତ୍ୱର କମିଶନର ଏମାର ମଠର ପରିଚାଳନା ପାଇଁ ଏକ ମଧ୍ୟବର୍ତ୍ତୀକାଳୀନ କମିଟି ଗଠନ କରିଥିଲେ I ମହନ୍ତ ରାଜଗୋପାଳ ଜେଲରୁ ଆସିଲା ପରେ ମଠ ମଧ୍ୟରେ ରହୁଥବା , ଏପରିକି ଏମାର ମଠ ବହୁଦିନ ପୁରାଣ ହୋଇଥବାରୁ ବା ସଉପଯୋଗୀ ନଥିବାରୁ ସେଗୁଡିକୁ ଭାଙ୍ଗି ଦେବା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତାବ ଦେଇଥିଲାବେଳେ ମହନ୍ତ ରାଜଗୋପାଳ ଏହାକୁ ବିରୋଧ କରିଥିଲେ I ସେଯାହାହେଉ ବର୍ତମାନ ଏମାର ମଠ ଭଙ୍ଗାଯାଇଛି ଓ ଏହି ମଠର ପରିଚାଳନା ପାଇଁ ନୁଆ ୫ଜଣିଆ ଟ୍ରଷ୍ଟ ବୋର୍ଡ ଗଠନ କରିଛନ୍ତି ଓଡ଼ିଶାର ଦେବତ୍ୱର କମିଶନର I
ଏହି ୫ ଜଣିଆ କମିଟିରେ ଅଛନ୍ତି ,ଜଗନ୍ନାଥ କଲଚର ରିସର୍ଚ୍ଚର ନରେଶ ଚନ୍ଦ୍ର ଦାସ , ସମାଜସେବୀ ପ୍ରତିମା ମିଶ୍ର , ଆଡ଼ଭୋକେଟ ବନବିହାରୀ ସାହୁ ଏବଂ ପୁରୀ ପୂର୍ତ୍ତ ବିଭାଗର ଏକଜୁକୁଟିଭି ଇଞ୍ଜିନିଅର I ଏହା ସହିତ ପୁରୀ ଝାଞ୍ଜପିଟା ମଠର ମହନ୍ତ ସଚ୍ଚିଦାନନ୍ଦ ଦାସ ଏହାର ମୁଖ୍ୟ ହୋଇ ରହିଛନ୍ତି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More