ଅଧାବାଟରେ ଶ୍ରମିକଙ୍କୁ ଛାଡି ଚାଲିଯାଉଥିଲା ତାମିଲନାଡୁ ବସ : ବସକୁ ଅଟକାଇ ଶ୍ରମିକଙ୍କୁ ସହାୟତା କଲା ଦେବଗଡ ଥାନା ପୁଲିସ

0

ଦେବଗଡ଼ : ତାମିଲନାଡୁରୁ ଶ୍ରମିକ ମାନଙ୍କୁ ନେଇ ଆସୁଥିବା ଏକ ବସ ଦେବଗଡ ଜିଲାର ରିଆମାଳବ୍ଲକର ୧୬ଜଣଙ୍କୁ ସେମାନଙ୍କର ଲକ୍ଷ୍ୟ ସ୍ଥଳରେ ପହଂଚାଇବା ପରେ ଝାରଖଣ୍ଡ ରାଜ୍ୟ ଚାଇଁବସା ଅଂଚଳକୁ ଫେରୁଥିବା ଅନ୍ୟ୧୪ ଜଣ ଶ୍ରମିକଙ୍କୁ ଏଠାରେ ଛାଡି ଚାଲିଯାଉଥିଲା । ଫଳରେ ଉକ୍ତ ଶ୍ରମିକ ମାନେ ଦେବଗଡ ଆଦର୍ଶ ଥାନା ପୁଲିସର ଦ୍ୱାରସ୍ଥ ହେବାସହ ନ୍ୟାୟ ପାଈଁ ନିବେଦନ କରିଥିଲେ । ଦେବଗଡ ଆଦର୍ଶ ଥାନା ପୁଲିସ ଉକ୍ତ ଶ୍ରମିକ ମାନଙ୍କ ଗୁହାରୀ ଶୁଣିବା ସହରିଆମାଳ ଓ କୁଣ୍ଢେଇଗୋଳା ଥାନା ପୁଲିସ ସହାୟତାରେ ଉକ୍ତ ବସଟିକୁ ପୁଣିଥରେ ଦେବଗଡ ଫେରାଇ ଆଣିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ତାମିଲନାଡୁର ଉତ୍ତାକାଇ ସ୍ଥିତ ହ୍ୟୁଣ୍ଡାଇ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିବା ଦେବଗଡ ଜିଲା ରିଆମାଳ ବ୍ଲକର ୧୬ ଜଣ ଏବଂ ଝାରଖଣ୍ଡ ଚାଇଁବସା ଅଂଚଳର ୧୪ ଜଣଙ୍କୁ ନେଇ ଆସୁଥିଲା । ରିଆମାଳ ଅଂଚଳର ଶ୍ରମିକ ମାନଙ୍କୁ ସେମାନଙ୍କର ଲକ୍ଷ୍ୟ ସ୍ଥଳରେ ଏବଂ ଝାରଖଣ୍ଡର ଶ୍ରମିକ ମାନଙ୍କୁ ରାଉରକେଲାରେ ଛାଡିବା ନିମନ୍ତେ ଶ୍ରମିକ ମାନେ ଏକ ବସ(ନଂ-ଟିଏନ୍‌-୩୨ ଏସି-୨୭୯୯)କର୍ମଚାରୀଙ୍କ ସହ କଥା ବାର୍ଚାା ହେବାପରେ ଜଣ ପିଛା ୬ ହଜାର ୭ ଶହ ଟଙ୍କା ଲେଖାଏଁ ବସ ଭଡା ନେବାପାଇଁ ଚୁକ୍ତି ହୋଇଥିଲା । ଏହି ଚୁକ୍ତି ଅନୁଯାୟୀ ଶ୍ରମିକ ମାନେ ମଧ୍ୟ ଅଗ୍ରୀମ ଆକାରରରେ ସମସ୍ତ ଦେୟ ପ୍ରଦାନ କରିଥିଲେ ଓ ରିଆମାଳ ବ୍ଲକ ଅଂଚଳର ଶ୍ରମିକ ମାନଙ୍କୁ ଚୁକ୍ତି ଅନୁଯାୟୀ ସଠିକ ସ୍ଥାନରେ ଓହ୍ଲାଇ ଦିଆଯାଇଥିଲା । ମାତ୍ରଅନ୍ୟ ୧୪ଜଣ ଶ୍ରମିକଙ୍କୁ ନେଇ ରାଉରକେଲା ଯୁିବାକୁ ଥିବା ଉକ୍ତ ବସଟି ଦବେଗଡରେ ପହଂଚିବା ବସ କର୍ମଚାରୀ ମାନେ ଚୁକ୍ତି ଖିଲାପ କରିବା ସହଦେବଗଡ ଶ୍ରମିକ ମାନଙ୍କୁ ଆଉ ରାଉରକେଲା ନନେଇ ରାତ୍ରୀ ୮ଟା ସମୟରେ ଦେବଗଡରେ ଛାଡିଦେଇ ଫେରିଯାଇଥିଲେ । ଫଳରେ ଅନନ୍ୟୋପାୟ ହୋଇ ଉକ୍ତ ଶ୍ରମିକ ମାନେ ସହାୟତା ନିମନ୍ତେ ଦେବଗଡ ଆଦର୍ଶ ଥାନା ପୁଲିସର ଦ୍ୱାରସ୍ଥ ହୋଇଥିଲେ । ପୁଲିସ ଅବିଳମ୍ବେ ସେମାନଙ୍କର ଅଭିଯୋଗ ଶୁଣିବାସହ ରିଆମାଳ ଓ କଣ୍ଢେଇଗୋଳା ଥାନା ପୁଲିସ ସହାୟତାରେ ଉକ୍ତ ବସଟିକୁ ପୁଣିଥରେ ଦେବଗଡକୁ ଫେରାଇ ଆଣିଥିଲା । ଏଥିସହ ପ୍ରାୟ ୨ଦିନ ହେଲା ଅର୍ଦ୍ଧାହାରରେ ଥିବା ଉକ୍ତ ଶ୍ରମିକ ମାନଙ୍କ ନିମନ୍ତେ ଖାଦ୍ୟ ପେୟର ବ୍ୟବସ୍ଥା କରିଥିଲା । ଏଥିସହ ସେମାନଙ୍କୁ ରାଉରକେଲା ପର୍ଯ୍ୟନ୍ତ ସୁରକ୍ଷିତ ଭାବେ ପଠାଇବାର ବ୍ୟବସ୍ଥା କରୁଥିବା ଜଣାପଡିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More