କୋଭାକ୍ସିନ ଓ କୋଭିସିଲ୍ଡ ଟିକାକୁ ଅନୁମତି ପ୍ରଦାନ; ଉଭୟ ଟିକା ନିରାପଦ : DCGI

0

ନୂଆଦିଲ୍ଲୀ : କେନ୍ଦ୍ର ସରକାର କରୋନା ମହାମାରୀ ନିମନ୍ତେ ଦୁଇଟି ଟିକା ଭାକସିନ୍ କୋଭାକ୍ସିନ୍ ଓ କୋଭିସିଲ୍ଡକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଉଭୟ ଟିକା ନିରାପଦ ବୋଲି ଆଜି ଭାରତୀୟ ଔଷଧ ନିୟାମକ ନିର୍ଦ୍ଦେଶକ କହିଛନ୍ତି । ଡିସିଜିଆଇ ନିର୍ଦ୍ଦେଶକ ଡକ୍ଟର ଭି. ଜି. ସୋମାନି କହିଛନ୍ତି ଯେ ବହୁ ପରୀକ୍ଷାନିରୀକ୍ଷା ପରେ ଏହି ଦୁଇଟି ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି । ‘ସବ୍‌ଜେକ୍ଟ୍‌ ଏକ୍ସପର୍ଟ କମିଟି ଅଫ୍‌ ସେଣ୍ଟ୍ରାଲ୍‌ ଡ୍ରଗ୍‌ସ୍‌ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍‌ ଅର୍ଗାନାଇଜେସନ୍‌’ର ସୁପାରିସକ୍ରମେ ‘ଡିସିଜିଆଇ’ ଭାରତରେ ଜରୁରୀକାଳୀନ ବ୍ୟବହାର ନିମନ୍ତେ ଏହି ଦୁଇଟି ଟିକାକୁ ଔପଚାରିକ ଭାବେ ସ୍ୱୀକୃତି ଦେଇଛନ୍ତି । ଦେଶରେ ଟିକାକରଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାରେ ପହଁଚିଛି । ଡ୍ରାଏ ରନ୍ ଚାଲିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More