ବିଧାନସଭାରେ ଦୟା କେନାଲ

0

ଭୁବନେଶ୍ୱର : ଦୟା west କେନାଲ ଭୁବନେଶ୍ୱର ଓ ଜଟଣୀର 2417 ହେକ୍ଟର ଜମିକୁ ପ୍ରାଥମିକ ସ୍ତରରେ ଜଳସେଚନ କରୁଥିଲା । ହେଲେ ସହର ବଢିବାରୁ 1350 ହେକ୍ଟର ଜମିକୁ ବର୍ତ୍ତମାନ ଜଳସେଚିତ ହେଉଛି । ଯାହା କମିଛି । ସୁଆଙ୍ଗରେ ଦୟା west କେନାଲ lining ହେଉଛି । ସହର ବଢିବାରୁ ଏହାର ବାମ ପଟେ 13.126 କିଲୋମିଟର ଓ ଡାହାଣ ପଟେ 23.152 କିଲୋମିଟର ବନ୍ଧରାସ୍ତା ଭାବେ ବ୍ୟବହାର କରାଯାଉଛି । ଏହା ପୂର୍ତ୍ତ ଓ ଗ୍ରାମୀଣ ବିକାଶ ବିଭାଗକୁ ଉନ୍ନତି ପାଇଁ ହସ୍ତାନ୍ତର କରାଯାଇଛି ।
ସାରା ରାଜ୍ୟରେ 17388 କିଲୋମିଟର କେନାଲ ଓ ବନ୍ଧରାସ୍ତା ରହିଛି । ଏହାର ଉନ୍ନତି ବଜେଟର ଗୁରୁତ୍ୱ ନେଇ କରାଯାଏ ।
ଦୟା west କେନାଳକୁ ବଡ଼ବଡ଼ିଆ ଜବରଦଖଲ କରିଥିବା ଅଭିଯୋଗ କଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ଯେଉଁଥିପାଇଁ ଜଳସେଚନ ବାଧାପ୍ରାପ୍ତ ହେଉଛି । ଏହାର ତଦନ୍ତ ଦାବି କଲେ ବିଧାୟକ । ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଲେ ଏହା ତଦନ୍ତ ସାପେକ୍ଷ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More