ଭୁବନେଶ୍ୱର : କାଜାଖସ୍ତାନର ନୁର-ସୁଲତାନ ଠାରେ ଅନୁଷ୍ଠିତ ଭାରତ-ପାକିସ୍ତାନ (ଏସିଆନ ଗ୍ରୁପ୍-୧) ଡେଭିସ୍ କପ୍ ମୁକାବିଲାରେ ଭାରତ ୪-୦ରେ ଏକତରଫା ବିଜୟ ହାସଲ କରିଛି । ଏହି ବିଜୟ ସହ ଭାରତ ୨୦୨୦ ଡେଭିସ୍ କପ୍ ଯୋଗ୍ୟତା ପର୍ଯ୍ୟାୟକୁ ଉନ୍ନୀତ ହୋଇଛି । ଆସନ୍ତା ବର୍ଷ ମାର୍ଚ୍ଚ ମାସ ୬ ଓ ୭ ତାରିଖରେ ଯୋଗ୍ୟତା ପର୍ଯାୟ ଖେଳାଯିବ । ଭାରତ ୨ଥର ଡେଭିସ୍ କପ୍ ଚାମ୍ପିଅନ୍ କ୍ରୋଏସିଆକୁ ଭେଟିବ ।