ଦାମଙ୍କ ବାଣରେ ଘାଇଲା ବିଜେପି –ସତର୍କ ବିଜେଡି

0

କର୍ଣ୍ଣାଟକ ରାଜନୈତିକ ତାତି ସାରା ଦେଶରେ ରହିଥିବା ବେଳେ ଠିକ ଏସମୟରେ ବିଜେପିକୁ ଲକ୍ଷ କରି ବାଣ ଛାଡ଼ିଛନ୍ତି ଦାମ । ବିଜେପି ଗଣତନ୍ତ୍ର ଶାସନରେ କିଣାବିକାକୁ ବେଶୀ ଗୁରୁତ୍ୱ ଦିଏ ଓ ପ୍ରଜାତନ୍ତ୍ରକୁ ବିଶ୍ୱାସ କରେ ନାହିଁ ଏହା ସେ ତାଙ୍କ ବୟାନରେ ସ୍ପଷ୍ଟ କରିଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ରଣନୀତି କଣ ହେବ ତାହାର ପେଡ଼ି ଖୋଲିଛନ୍ତି । ଦାମବାବୁଙ୍କ କହିବା କଥା ହେଲା କର୍ଣ୍ଣାଟକ ଫର୍ମୁଲାକୁ ବିଜେପି ଆପଣାଇବ । ଜଣେ ବନ୍ଧୁ କହୁଥିବା ବାହାନାରେ ଦାମ କହିଛନ୍ତି ଯେ ଜଣେ ବନ୍ଧୁ ମୋତେ କହିଲେ, ବିଜେପି ଆଡଭାନ୍ସ ଦେଇଛି । ବିଜେଡ଼ିର ୪୦ ଜଣ ବିଧାୟକଙ୍କୁ ବିଜେପି ଅ ।ଡଭାନ୍ସ ଦେଇଛି । କାରଣ, ୨୦୧୯ ନିର୍ବାଚନରେ ବିଧାୟକ ଭାବେ ଜିତିଲେ ଏହି ବିଧାୟକମାନେ ବିଜେପିକୁ ସମର୍ଥନ ଦେବେ । ଏଥିପାଇଁ ବିଜେପି ଆଗୁଅ । ପ୍ରସ୍ତୁତ ହୋଇ ବିଜେଡିକୁ ଆଡଭାନ୍ସ ଦେଇଥିବା ସେ କହିଛନ୍ତି । କର୍ଣ୍ଣାଟକ ଭଳି ପରିସ୍ଥିତି ସୃଷ୍ଟି କରି ବିଜେପିକୁ ଏହି ନେତା ସମର୍ଥନ ଦେବେ ବୋଲି ଏଭଳି ମନ୍ତବ୍ୟ ରଖିଛନ୍ତି ଦାମ । ଏହାସହ ଦାମ ରାଉତ କହିଛନ୍ତି ଯେ ଓଡ଼ିଶାରେ ୨୦୧୯ ନିର୍ବାଚନରେ ବିଜେପିର ସ୍ଥିତି ରହିବ ନାହିଁ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More