ନବୀନଙ୍କୁ ଦାମଙ୍କ ହୃଦୟ ଖୋଲା ପ୍ରଶଂସା : ଜନ୍ମଦିନର ଆଗୁଆ ସୁଭେଶ୍ଚା ଜଣାଇଲେ

0

ଭୁବନେଶ୍ୱର : ଅକ୍ଟୋବର ୧୬ ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ୭୩ ତମ ଜନ୍ମଦିନ I ଜନ୍ମଦିନର ଦିନକ ପୂର୍ବରୁ ଏଇ ବର୍ଷେ ହେବ ନବୀନଙ୍କୁ ସବୁଠାରୁ ଅଧିକ ସମାଲୋଚନା କରୁଥିବା ବରିଷ୍ଠ ବିଜେପି ନେତା ଦାମୋଦର ରାଉତ ଦିନକ ଆଗରୁ ନବୀନଙ୍କୁ ଜନ୍ମଦିନର ସୁଭେଶ୍ଚା ଜଣାଇଛନ୍ତି I ତାପୁଣି ମନ ହୃଦୟ ଖୋଲା ପ୍ରଶଂସାରେ I ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଦାର୍ଶନିକ ଦୃଷ୍ଟିଭଙ୍ଗୀର ବ୍ୟକ୍ତି ଓ ଜଣେ ପ୍ରକୃତିକୁ ଭଲ ପାଉଥିବା ମଣିଷଟେ ବୋଲି ଦାମ କହିଛନ୍ତି I ୨୦ ବର୍ଷ ଧରି ଓଡ଼ିଆ ଲୋକଙ୍କ ସ୍ନେହ ଶ୍ରଦ୍ଧା ପାଇ ନବୀନ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି I ବିଜୁବାବୁଙ୍କ ପୁଅ ବୋଲି ନବୀନଙ୍କୁ ସବୁ ସ୍ନେହ ଶ୍ରଦ୍ଧା ଅଜାଡି ଦେଇଛନ୍ତି ଓଡ଼ିଶାବାସୀ I ତେଣୁ ତାଙ୍କର ଦୀର୍ଘାୟୁ ହେଉ ଏତିକି ହିଁ ମୁଁ ଜଗନ୍ନାଥଙ୍କ ପାଖରେ ପ୍ରାଥନା କରୁଛି ବୋଲି ଦାମ କହିଛନ୍ତି I ଏହାସହ ନବୀନ ଲେଖିଥିବା ତିନୋଟି ପୁସ୍ତକର ଭୁପ୍ରସଂସା କରିଛନ୍ତି ସେ I ନିଜର ଅନୁଭୂତି ବଖାଣି ଦାମ ପୁଣି ବିଜେଡିରେ ମିଶିବା ପାଇଁ ସଂକେତ ଦେଇଛନ୍ତି I ଦାମ କହିଛନ୍ତି ଯେ , ବିଜେଡି ଗଠନ ବେଳେ ମୁଁ ବିଜେଡି ବାହାରେ ଥିଲି I ହଟାତ ଦିନେ ସହିଦନଗର ଘରକୁ ନବୀନ ପଟ୍ଟନାୟକ , ରାମକୃଷ୍ଣ ପଟ୍ଟନାୟକ ଓ ଅନଙ୍ଗ ଉଦୟ ସିଂଦେବ ସକାଳ ୯ ଟାରେ ପହଞ୍ଚି ଗଲେ I ସେହି ସମୟରେ ନବୀନ ବାବୁ ମୋ କାନ୍ଧରେ ହାତ ପକାଇ କହିଥିଲେ ଯେ , ଦାମ ବାବୁ ଆପଣ ବିଜୁ ପରିବାରର ଲୋକ I ବାହାରେ କାହିଁକି ରହୁଛନ୍ତି I ଆମ ଦଳକୁ ପଳେଇ ଆସନ୍ତୁ I ଜନ୍ମଦିନର ଦିନକ ପୂର୍ବରୁ ଦାମ ଏଭଳି ଅନୁଭୂତି ବାଣ୍ଟିବା କେଉଁଠି ନାଁ କେଉଁଠି ପୁଣି ଥରେ ଘର ବାହୁଡା ପାଇଁ ସଂକେତ ଦେଇଛନ୍ତି ତାହା ତାଙ୍କ ପ୍ରତିକ୍ରିୟାରୁ ସ୍ପଷ୍ଟ ଜଣାପଡୁଛି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More