ରାଜ୍ୟ ସରକାର କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା |

ପିଛିଲା ଭାବେ ଜାନୁଆରୀରୁ ଲାଗୁ ହେବ ବର୍ଦ୍ଧିତ ଦରମା

0

ଭୁବନେଶ୍ୱର: ରାଜ୍ୟ ସରକାର କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା । ଦୁର୍ଗା ପୂଜା ପୂର୍ବରୁ ରାଜ୍ୟ ସରକାର କର୍ମଚାରୀ ମାନଙ୍କୁ ଉପହାର ଦେଇଛନ୍ତି । ସରକାରଙ୍କ ପକ୍ଷରୁ କର୍ମଚାରୀ ମାନଙ୍କ ମହଙ୍ଗା ଭତ୍ତା ୩% ବୃଦ୍ଧି କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଯାହାଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି ପାଇଛି ।
ତାହା ସହ ଏହା ପିଛିଲା ଭାବେ ଜାନୁଆରୀ ପହିଲାରୁ ଲାଗୁ ହେବ ବୋଲି କୁହାଯାଇଛି । ସଂଶୋଧିତ ହାରରେ ପେନ୍‌ସନ ପାଉଥିବା ପେନ୍‌ସନଭୋଗୀମାନଙ୍କ ଟି.ଆଇ ରେ ମଧ୍ୟ ତିନି ପ୍ରତିଶତ ବୃଦ୍ଧି କରାଯାଇଛି। ଚଳିତ ମାସ ଦରମାରେ ବର୍ଦ୍ଧିତ ଭତ୍ତା ପାଇବା ସହିତ ୨୦୨୨ ଜାନୁଆରୀରୁ ଅଗଷ୍ଟ ପର୍ଯ୍ୟନ୍ତ ବକେୟା ଭତ୍ତା ଅଲଗା ଭାବେ ପ୍ରଦାନ କରାଯିବ। ବର୍ତ୍ତମାନ ରାଜ୍ୟ ସରାକର ବୃଦ୍ଧି କରିଥିବା ମହଙ୍ଗା ଭତ୍ତା ୩%କୁ ମିଶାଇ ଏହା ୩୧%ରୁ ୩୪%କୁ ବୃଦ୍ଧି ପାଇଛି ।
ବର୍ଦ୍ଧିତ ମହଙ୍ଗା ଭତ୍ତା ଯୋଗୁ ରାଜ୍ୟ ସରକାରଙ୍କ ଅଧୀନରେ କାମ କରୁଥିବା କର୍ମଚାରୀ ଓ ପେନସନ ଭୋଗୀ ମାନେ ଉପକୃତ ହେବେ । ସୂଚନା ମୁତାବକ ୪ ଲକ୍ଷ କର୍ମଚାରୀ ଓ ୩.୫ଲକ୍ଷ ପେନସନଭୋଗୀ ଏହାର ଲାଭ ପାଇପାରିବେ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More