ସାମୁଦ୍ରିକ ଝଡ଼ ପାଇଁ ଆଲର୍ଟ ଜାରି କଲା ଭାରତୀୟ ପାଣିପାଗ ବିଭାଗ

0

ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ପାଇଁ ଆଲର୍ଟ ଜାରି କଲା ଭାରତୀୟ ପାଣିପାଗ ବିଭାଗ । ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ନିକଟସ୍ଥ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୁର୍ନି ବଳୟ ଆଜି ସକାଳେ ଲଘୁଚାପର ରୂପ ନେଇଛି । ଏହା ୧୬ ତାରିଖ ବେଳକୁ ବାତ୍ୟାରେ ପରିଣତ ହେବ । ତେବେ ଓଡିଶା ଉପରେ ବାତ୍ୟାର ପ୍ରଭାବ ପଡିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

ମେ ୧୫ ତାରିଖରେ ଅବପାତରେ ପରିଣତ ହେବ ଲଘୁଚାପ । ଏହାପରେ ୧୬ ତାରିଖ ସଂଧ୍ୟା ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବ । ଏପରି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ସେହିଭଳି ୧୭ ତାରିଖରୁ ଏହା ଦିଗ ପରିବର୍ତନ କରି ଏହା ଉତ୍ତର ଉତ୍ତର ପୂର୍ବ ଦିଗକୁ ଗତି କରିବ ବୋଲି ପୂର୍ବାନୁମାନ କରାଯାଇଛି । ବର୍ତମାନର ଆକଳନ ଅନୁଯାୟୀ ଏହାର ପ୍ରଭାବ ସମୁଦ୍ରରେ ରହିବ । ଦକ୍ଷିଣ ବଙ୍ଗୋପସାଗର ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ୧୫ ତାରିଖରୁ ଏହାର ପ୍ରଭାବ ଦେଖିବାକୁ ମିଳିବ । ଓଡିଶା ଉପକୂଳରେ କେତେ ପ୍ରଭାବ ପଡିବ ତାହା ଆସନ୍ତାକାଲି ସ୍ପଷ୍ଟ ହେବ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ଅନ୍ୟପଟେ ଆଚଂଳିକ ପାଣିପାଗ କେନ୍ଦ୍ର ମଧ୍ୟ ବଙ୍ଗୋପସାଗରରେ ସାମୁଦ୍ରିକ ଝଡର ଆଶଙ୍କା ରହିଥିବାର ସୂଚନା ଦେଇଛି ତେବେ ଆଗାମୀ ୫ ଦିନ ଯାଏଁ ଏହାର ପ୍ରଭାବ ଓଡିଶାରେ ବିଶେଷ ଭାବରେ ପଡିବ ନାହିଁ ବୋଲି ଆଚଂଳିକ ପାଣିପାଗ ବିଭାଗ ଜଣାଇଛି କିନ୍ତୁ ଆସନ୍ତା ୧୭ ତାରିଖ ସଂଧ୍ୟାରୁ ରାଜ୍ୟର ବିଭିନ୍ନ ଅଚଂଳର ବର୍ଷା ସମ୍ଭାବନା ରହିଛି ବୋଲି ପୂର୍ବାଅନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ଆଗରୁ ମେ ମାସରେ ଓଡିଶା ପୂର୍ବରୁ ଫନି ଭଳି ପ୍ରଳୟଙ୍କରୀ ବାତ୍ୟାର ତାଣ୍ଡବ ଦେଖିଥିବା ବେଳେ ଆସୁଥିବା ବାତ୍ୟା ଓଡିଶାକୁ ଛୁଇଁଁବ କି ନାହିଁ ତାକୁ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More