ଚାଷୀଙ୍କ ପାଇଁ ଖୁସି ଖବର : ଲଘୁଚାପ ଆଣିବ ବର୍ଷା

0

ଚଳିତବର୍ଷ ରାଜ୍ୟରେ ମୌସୁମୀ ଦୁର୍ବଳ ରହିଥିବାରୁ ସାରା ରାଜ୍ୟରେ ନିଅଣ୍ଟିଆ ବର୍ଷା ଲାଗିରହିଛି I କେତେକ ସ୍ଥାନରେ କାଁଭାଁ ବର୍ଷା ମଧ୍ୟ ହୋଇଛି I ଏଥିପାଇଁ ଚାଷୀ ଚିନ୍ତାରେ ଥିବାବେଳେ ଚାଷୀ ମାନଙ୍କ ପାଇଁ ଖୁସି ଖବର ସାମ୍ନାକୁ ଆସିଛି I ଆସନ୍ତା ୨୧ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି I ଯାହାର ପ୍ରଭାବରେ ୨୪ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ମାତ୍ରାରେ ବର୍ଷା ହେବାର ପୁର୍ବାଅନୁମାନ କରିଛି ପାଣିପାଗ ବିଭାଗ I ବିଶେଷକରି ଉପକୂଳ, ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ପରିମାଣ ଅଧିକ ରହିବ ବୋଲି ଜଣାପଡିଛି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More