କଟକ ବଡ ଡାକ୍ତରଖାନା ହେଲା ଏମସ୍ ପ୍ଲସ : ଖର୍ଚ୍ଚ ହେବ ୧୦୦୦ କୋଟି

0

ଭୁୂବନେଶ୍ୱର : କଟକ ବଡ ଡାକ୍ତରଖାନାର ହେବ ନବକଳେବଳ । ଦୁଇଶହ ବର୍ଷରୁ ଏହି ବଡ଼ ଡ଼ାକ୍ତରଖାନା ଲାଗି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀରାରମଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜ ଓ ହସ୍ପିଟାଲ ରାଜ୍ୟ ସରକାର ଏମସ୍ ପ୍ଲସ୍ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଭାବେ ବିକଶିତ କରିବେ । ଏଥିପାଇଁ ୧୦୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଲୋକସେବା ଭବନରେ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରଫେସର, ବିଭାଗୀୟ ମୁଖ୍ୟ ଓ ଛାତ୍ର ପ୍ରତିନିଧିମାନଙ୍କୁ ଭେଟି ହସ୍ପିଟାଲର ବିକାଶ ସଂପର୍କରେ ଆଲୋଚନା କରିଥିଷଲ । ଏହି ଅନୁଷ୍ଠାନକୁ ଏମ୍ସ ପ୍ଲସ ଅନୁଷ୍ଠାନ ଭାବରେ ଗଢ଼ିତୋଳିବା ସହିତ ଶଯ୍ୟା ସଂଖ୍ୟା ୩ ହଜାରକୁ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏଥିପାଇଁ ଏକ ହଜାର କୋଟିରୁ ଅଧିକ ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ଏଥିପାଇଁ ଆମେ ଏକ ଅତ୍ୟାଧୁନିକ ୩ ହଜାର ଶଯ୍ୟା ବିଶିଷ୍ଟ ସମନ୍ୱିତ ହସ୍ପିଟାଲ ନିର୍ମାଣ କରିବୁ । ଏଥିରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିବ । ଦେଶର ଶ୍ରେଷ୍ଠ ଚିକିତ୍ସା ସେବା ଅନୁଷ୍ଠାନ ସହିତ ତୁଳନୀୟ ହେବା ପାଇଁ ଆମେ ସକ୍ଷମ ହେବା ଉଚିତ୍ । ବାସ୍ତବରେ ଆମ ପରିବର୍ତ୍ତନର ଲକ୍ଷ୍ୟ ଏମ୍ସ ପ୍ଲସ୍ ହେବା ଉଚିତ୍ । ହସ୍ପିଟାଲର ଉନ୍ନତି ସହିତ ଡାକ୍ତର ଓ ଛାତ୍ର ମାନଙ୍କ ରହିବା ଓ ମନୋରଂଜନ ପାଇଁ ଆମେମ ଏକ ଉତମ ପରିବେଶ ମଧ୍ୟ ସୃଷ୍ଟି କରିବୁ । ଏହି ସୁଯୋଗ ଏପରି ହେବା ଉଚିତ ଯେପରି ଓଡ଼ିଶା ବାହାରେ ରହୁଥିବା ଚିକିତ୍ସକମାନେ ମଧ୍ୟ ଏଠାକୁ ଆସି ଲୋକଙ୍କ ସେବା କରିବାକୁ ପସନ୍ଦ କରିବେ ।
ମୋର ସ୍ୱପ୍ନ ହେଉଛି ଓଡ଼ିଶାର ପ୍ରତ୍ୟେକ ଜନସାଧାରଣ ସୁଲଭ ତଥା ଉଚ୍ଚ ଗୁଣାତ୍ମକ ମାନର ସ୍ୱାସ୍ଥ୍ୟସେବା ପାଆନ୍ତୁ । ଏଥିପାଇଁ ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ର ପ୍ରତି ଗୁରୁତ୍ୱ ଦେଇ ଏଥିରେ ଅଧିକ ସମ୍ବଳ ବିିନିଯୋଗ କରୁଛନ୍ତି । ମାତ୍ର ୩ଟି ମେଡ଼ିକାଲ କଲେଜରୁ ଆଜି ଆମେ ଦଶଟିରୁ ଅଧିକ ମେଡ଼ିକାଲଊ କଲେଜ କରିବା ସ୍ତରରେ ପହଂଚି ପାରିଛୁ । ସୁଲଭ, ଗୁଣାତ୍ମକ ଚିକିତ୍ସା ସେବା ପ୍ରଦାନ କ୍ଷେତ୍ରରେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଆମ ପରିକଳ୍ପନାର କେନ୍ଦ୍ରରେ ରହିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More