ଟୀକାକରଣ ଦାବି ନେଇ ଜଳ ବିଦ୍ୟୁତ କର୍ମଚାରୀ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ

0

ଅନୁଗୋଳ : ବର୍ତ୍ତମାନ କରୋନାର ମହାମାରୀର ଦ୍ୱିତୀୟ ଲହର ରାଜ୍ୟରେ ଦ୍ରୁତ ଗତିରେ ମାଡି ଚାଲିଛି I ଯାହା ଲୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି I ଏହି ମହାମାରୀରୁ ନିଜକୁ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର ସରକାର ତଥା ରାଜ୍ୟ ସରକାର ଟୀକା କରଣ ବ୍ୟବସ୍ଥା କରିଛନ୍ତି I ହେଲେ ଏହା ସଠିକ ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ I ଯାହାଫଳରେ ଅନେକ ଲୋକ ଏଥିରୁ ବଞ୍ଚିତ ହେଉଛନ୍ତି I ସାରା ରାଜ୍ୟରେ ସଂକ୍ରମଣ ବ୍ୟାପିଥିବାବେଳେ ଅନୁଗୋଳ ଜିଲ୍ଲାରେ ସଂକ୍ରମଣ ଉଦବେଗଜନକ ସ୍ଥିତିରେ ଥିବାରୁ ରେଙ୍ଗାଲି ଜଳ ବିଦ୍ୟୁତ ପ୍ରକଳ୍ପର ସମସ୍ତ କର୍ମଚାରୀ ଓ ପରିବାରବର୍ଗଙ୍କୁ ଟୀକାରଣ କରିବାକୁ ଦାବି କରିଛନ୍ତି I ଏନେଇ କର୍ମଚାରୀ ସଂଘ ପକ୍ଷରୁ ମଙ୍ଗଳବାର ପ୍ରକଳ୍ପ ବରିଷ୍ଠ ସାଧାରଣ ପରିଚାଳକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି I ଏଥିରେ ଦର୍ଶାଯାହାଇଛିଯେ ପ୍ରକଳ୍ପର କେତେଜଣ ଇଞ୍ଜିନିୟର ମହାମାରୀ କରୋନାରେ ପ୍ରାଣ ହରାଇସାରିଲେଣି ଓ କେତେକ କର୍ମଚାରୀ ଏବେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଅଛନ୍ତି I ରାଜ୍ୟସରକାର ବିଦ୍ୟୁତ କର୍ମଚାରୀଙ୍କୁ ସମ୍ମୁଖ ଯୋଦ୍ଧା ଭାବେ ଗ୍ରହଣ କରି ଟୀକାକରଣ ଉପରେ ଗୁରୁତ୍ୱ ପ୍ରାଦନ କରିଛନ୍ତି I ଏପରିକି କର୍ପୋରେଟ ଅଫିସର ସମସ୍ତ କର୍ମଚାରୀ ଓ ଅନ୍ୟ କିଛି ୟୁନିଟରେ ଟୀକାକରଣ ସାରିଲାଣି I କିନ୍ତୁ ରେଙ୍ଗାଲି ଜଳ ବିଦ୍ୟୁତ ପ୍ରକଳ୍ପ କର୍ତ୍ତୃପକ୍ଷ ଏଠାକାର କର୍ମଚାରୀଙ୍କ ଟୀକାଦାନ ନେଇ କୌଣସି ପଦକ୍ଷପ ଗ୍ରହଣ କରୁନାହାନ୍ତି I ଫଳରେ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ସହ ଅସନ୍ତୋଷ ବୃଦ୍ଧି ପାଉଛି I ତୁରନ୍ତ ଏ ଦିଗରେ ପଦକ୍ଷପ ନେବାକୁ କର୍ମଚାରୀ ସଂଘ ପକ୍ଷରୁ ଦାବି ହୋଇଛି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More