କରୋନା ଅପଡେଟ : ଭାରତରେ ମୃୃତ୍ୟୁସଂଖ୍ୟା ୪ କୁ ବୃଦ୍ଧି

0

ଭୁବନେଶ୍ୱର : ଆଜି ଭାରତରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃୃତ୍ୟୁ ହୋଇଛି । ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।
ମୃତ ବ୍ୟକ୍ତି ହେଉଛନ୍ତି ପଞ୍ଜାବର । ସେ ନଭାଶହର ଜିଲ୍ଲାର ଏକ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି । ୭୨ ବର୍ଷୀୟ ଏହି ବ୍ୟକ୍ତିଜଣକ ୨ ସପ୍ତାହ ପୂର୍ବେ ଇଟାଲୀ ବାଟ ଦେଇ ଜର୍ମାନରୁ ଫେରିଥିଲେ । ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ନାତକତ୍ତୋର ଚିକିତ୍ସା ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ(ପିଜିଆଇଏମଆଇ)ର ନିର୍ଦେଶକ ଜଗତ ରାମ କହିଛନ୍ତି ମୃତବ୍ୟକ୍ତି ମଧୁମେହରେ ପୀଡିତ ଥିଲେ ଓ ଯାଞ୍ଚ ପାଇଁ ପଠାଯାଇଥିବା ତାଙ୍କର ନମୁନାରେ କରୋନା ଭାଇରସ୍ ଥିବା ନେଇ ଜଣାପଡିଥିଲା । ଏହି ବ୍ୟକ୍ତି ଜଣକ ୭ ମାର୍ଚ୍ଚରେ ଇଟାଲୀ ବାଟ ଦେଇ ଜର୍ମାନୀରୁ ଫେରିଥିଲେ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More