ଭୁବନେଶ୍ୱର ଏବଂ ଜଗତସିଂହପୁର ଜିଲ୍ଲା କରୋନାମୁକ୍ତ

0

ଭୁବନେଶ୍ୱର : ଆଜି କରୋନାମୁକ୍ତ ହୋଇଛି ଭୁବନେଶ୍ୱର ଏବଂ ଜଗତସିଂହପୁର ଜିଲ୍ଲା I ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା ୩ ଆକ୍ରାନ୍ତ ଡିସ୍‌ଚାର୍ଜ ହେବାପରେ ଏବେ ରାଜଧାନୀ ଭୁବନେଶ୍ୱର ଏବେ କରୋନା ମୁକ୍ତ ହୋଇଛି । ଭୁବନେଶ୍ୱରେ ଆଉ କୌଣସି ଆକ୍ଟିଭ୍‌ କେସ୍ ନାହିଁ । ଏଠାରେ ସମସ୍ତ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି ।

ସେହିପରି ଜଗତସିଂହପୁର ଜିଲ୍ଲା ମଧ୍ୟ କରୋନା ମୁକ୍ତ ହୋଇଛି । ଜଗତସିଂହପୁର ଜିଲ୍ଲାରେ ଚିକିତ୍ସାଧୀନ ଥିବା ୫ ଜଣ ଯାକ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜିଲ୍ଲାପାଳ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More