ପ୍ରତିଦିନ କରୋନା କଣ୍ଟ୍ରୋଲ ରୁମକୁ ଆସୁଛି ୨୦୦୦ କଲ

0

ଭୁବନେଶ୍ୱର :ପ୍ରତିଦିନ କରୋନା କଣ୍ଟ୍ରୋଲକୁ ଆସୁଛି ୨୦୦୦ କଲ I ଲ୍ୟାଣ୍ଡ ଲାଇନ୍ ନମ୍ବର ୦୬୭୪-୨୩୯୨୧୧୫ । ମୋବାଇଲ୍ ନମ୍ବର ୯୪୩୮୯୧୫୯୮୬ । ଏହି ଦୁଇଟି ନମ୍ବର ପ୍ରବାସୀ ଓଡ଼ିଆଙ୍କ ପାଇଁ ଉତ୍ସଗୀକୃତ ଭାବେ କାମ କରୁଛି । ଶ୍ରମିକ ହୁଅନ୍ତୁ କି ବିଦ୍ୟାର୍ଥୀ କି ପୁଣି ତୀର୍ଥ ଯାତ୍ରା ପାଇଁ ଯାଇଥିବା ବରିଷ୍ଠ ନାଗରିକ କିମ୍ବା କୌଣସି ପାରିବାରିକ କାମରେ ରାଜ୍ୟ ବାହାରକୁ ଯାଇଥିବା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏହି ଫୋନ୍ ନମ୍ବର ଏବେ ଅନେକ ସହାୟକ ହୋଇଛି । କୋରୋନା ପାଇଁ ଚାରିଆଡ଼େ ଲକ୍‌ଡ଼ାଉନ୍ କଟକଣା ଯୋଗୁଁ ରାଜ୍ୟ ବାହାରେ ଅନେକ ଓଡ଼ିଆ ଲୋକ ଫସି ରହିଛନ୍ତି । କାହା ପାଖରେ ଖାଇବାକୁ ନାହିଁ ତ କାହା ପାଖରେ ପିଇବାକୁ ବିଶୁଦ୍ଧ ପାଣି ନାହିଁ । ପୁଣି କେଉଁଠି ଘର ମାଲିକଙ୍କ ଘରଭଡ଼ା ପାଇଁ ତାଗିଦ ତ ଆଉ କେଉଁଠି ହୋଟେଲ ମାଲିକଙ୍କ ଜୁଲୁମ୍ । ଲକ୍ ଡ଼ାଉନ୍ ଯୋଗୁଁ କୋରୋନାରେ ଅଧିକ ପ୍ରଭାବିତ ହୋଇଥିବା କେରଳ, ରାଜସ୍ଥାନ, ହରିଆନା, ମହାରାଷ୍ଟ୍ର, ହେଉ କି କମ୍ ପ୍ରଭାବିତ ରାଜ୍ୟ ଗୋଆ, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ଉତରପ୍ରଦେଶ ହେଉ ସବୁଠି ଅଛନ୍ତି ଓଡ଼ିଆ । କୋରୋନା ଭଳି ଏପ ଜାତୀୟ ବିପତି ସମୟରେ ପ୍ରତ୍ୟେକ ଓଡ଼ିଆଙ୍କ ପାଖରେ ସର୍ବନିମ୍ନ ସୁବିଧା ପଂହଚାଇବାକୁ ସରକାର ଯୋଜନା ବଦ୍ଧ ଭାବେ କାମ କରୁଛନ୍ତି ।ସେପଟେ ମୁଖ୍ୟ ଶାସନ ସଚିବଙ୍କ ଅଧକ୍ଷତାରେ ଲୋକସେବା ଭବନରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା l ଏବେ ଦେଢ ଲକ୍ଷ ପ୍ରବାସୀ ଓଡ଼ିଆଙ୍କ ଭିତରୁ 40ହଜାରଙ୍କ ପାଖରେ ସରକାର ପହଁଚିଥିବା ଗୃହ ସଚିବ କହିଛନ୍ତି l
ଏହି କଂଟ୍ରୋଲ୍ ରୁମ୍ରେ ଦିନକୁ ୧୨ ଘଂଟିଆ ୨ଟି ସିଫ୍ଟରେ ଚାଲିଛି କାମ । ପ୍ରତ୍ୟେକ ସିଫ୍ଟରେ ୨୦ଜଣ ଅଭିଜ୍ଞ ଆଇଟି ଏକ୍ସପର୍ଟଙ୍କ ସହ ୪ ଡ଼ିଆଇଜି ପାହ୍ୟାର ଆଇପିଏସ୍ ଅଫିସର ଏହାର ତଦାରଖ କରୁଛନ୍ତି । ଦେଶର ଯେ କୌଣସି ରାଜ୍ୟରୁ କଂଟ୍ରୋଲ୍ ରୁମ୍‌କୁ ଫୋନ୍ ଆସିଲେ ସମସ୍ୟାରେ ଥିବା ଓଡ଼ିଆଙ୍କୁ ମୁଖ୍ୟତଃ ନିନୋଟି ପ୍ରଶ୍ନ ପଚରାଯାଉଛି । ନିର୍ଦ୍ଧିଷ୍ଟ ଭାବେ କେଉଁ ଜାଗାରେ ଅଛ? ଓଡ଼ିଶାର କେଉଁ ଜିଲ୍ଲାର କେତେ ଲୋକ ଅଛନ୍ତି? ଅସୁବିଧା କ’ଣ ରହିଛି ଏବଂ ନିହାତି କ’ଣ ଆବଶ୍ୟକତା ରହିଛି? ଏହି ସବୁ ପ୍ରଶ୍ନର ଉତର ମିଳିବା ପରେ ଏହା ଅଟୋ-ମେକାନିଜମ୍ ସଫ୍ଟୱେର ବଳରେ ରେକର୍ଡ଼ କରାଯିବା ସହ ସଂପୃକ୍ତ ଜିଲ୍ଲା ପ୍ରଶାସନକୁ ଖବର ଦିଆଯାଉଛି । ଏହା ପରେ ସଂପୃକ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହେଉଛି ସାହାଯ୍ୟ ସହଯୋଗର ପ୍ରକ୍ରିୟା ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More