ଲଗାତାର ତୈଳ ଦର ବୃଦ୍ଧି ନେଇ କଂଗ୍ରେସ ପକ୍ଷରୁ ଆସନ୍ତା ୧୧ ତାରିଖରେ ପେଟ୍ରୋଲ ପମ୍ପ୍‌ ଆଗରେ ଧାରଣା

0

ଭୁବନେଶ୍ୱର : ଵର୍ତମାନ ରାଜ୍ୟ ତଥା ଦେଶରେ ମହାମାରୀ କରୋନାର ଦ୍ୱିତୀୟ ଲହର ଚାଲିଛି I ଯାହାଫଳରେ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଵାସହ ସମସ୍ତଙ୍କ ଆର୍ଥିକ ମେରୁଦଣ୍ଡ ପ୍ରଭାବିତ ହୋଇଛି । ହେଲେ ଏହି ମହାମାରୀ ସମୟରେ କେନ୍ଦ୍ର ସରକାର ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ୍‌ର ଦରବୃଦ୍ଧି କରିବାରେ ଲାଗିଛନ୍ତି । ତେଲ ଦର ବଢ଼ିବା ଦ୍ୱାରା ଘରୋଇ ସାମଗ୍ରୀ ଓ ନିତ୍ୟ ବ୍ୟବହୃତ ଖାଦ୍ୟ ସାମଗ୍ରୀର ଦର ଆକାଶଛୁଆଁ ହୋଇଛି । ଗତ ୫ମାସ ମଧ୍ୟରେ ୪୩ ଥର ଦର ବୃଦ୍ଧି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କଂଗ୍ରେସ ଅଭିଯୋଗ କରିଛି । ତେଣୁ ପେଟ୍ରୋଲ ଓ ଡିଜେଲ୍‌ ଦରକୁ ହ୍ରାସ କରିବା ଦାବିରେ ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ ମୁତାବକ ଆସନ୍ତା ୧୧ ତାରିଖ ଶୁକ୍ରବାର ସକାଳ ୭ରୁ ୧୧ଟା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ପେଟ୍ରୋଲ ପମ୍ପ୍‌ ଆଗରେ କଂଗ୍ରେସ ତରଫରୁ ଧାରଣା ଓ ବିକ୍ଷୋଭ କରିବାକୁ ପିସିସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏନେଇ ଆଜି ଏକ ପ୍ରେସ ବିଜ୍ଞପ୍ତିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More