ରାଜ୍ୟରେ ଶୋଇ ପଡିଛି କଂଗ୍ରେସ : ରାଜ୍ୟରେ କଂଗ୍ରେସ ରେ ସ୍ଥିତି କେଉଁଠି..?

0

ଭୁବନେଶ୍ୱର : ଦିନକୁ ଦିନ ରସାତଳକୁ ଚାଲିଯାଉଛି ରାଜ୍ୟ କଂଗ୍ରେସ I ଏକଥା ଆମେ କହୁନୁ ବରଂ ବହୁ କଂଗ୍ରେସ ନେତା ନିଜ ନାଁ ଗୋପନ ରଖି ଏକଥା ପ୍ରକାଶ କରିଛନ୍ତି I କାରଣ ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେବା ପରେ କଂଗ୍ରେସ ଯେଭଳି ଆଗ୍ରେସିଭି ହେବା କଥା ତାହା ହୋଇପାରୁନାହିଁ, କି ଦଳ କର୍ମୀଙ୍କ ମନରେ ଜୋସ ଭରିବା ପାଇଁ ସେତେଟା ରାଜନୈତିକ କାର୍ଯ୍ୟକଳାପ କରୁନାହିଁ ରାଜ୍ୟରେ I ଲାଗୁଚି ଯେମିତି ରାଜ୍ୟରେ ସୋଇପଡିଛି କଂଗ୍ରେସ I ୨୦୧୯ ସାଧାରଣ ନିର୍ବାଚନରେ ଗଠିତ ହୋଇଥିବା କମିଟି କୁ ଦଳ ହାଇକମାଣ୍ଡ ଭାଙ୍ଗି ଦେଇଥିଲେ I ଏହାପରେ ନୂତନ କମିଟି ଗଠନ କରିବା ପାଇଁ ନିର୍ଦ୍ଧେଶ ଦେଇଥିଲେ I ହେଲେ ଏଯାଏଁ ନୂତନ କମିଟି ଗଠନ ହୋଇପାରିଲା ନାହିଁ I ହୁଏତ ବିଜେପୁର ଉପନିର୍ବାଚନ ଗୋଟେ କାରଣ ହୋଇପାରେ I ହେଲେ ଯେଉଁଭଳି ଭାବରେ କଂଗ୍ରେସର କାର୍ଯ୍ୟକଳାପ ବର୍ତ୍ତମାନ ଚାଲିଛି ରାଜ୍ୟରେ ତାହା ତୃଣମୂଳସ୍ଥରରେ ଥିବା କଂଗ୍ରେସ କର୍ମୀ ଓ ନେତାଙ୍କୁ ନିରୁତ୍ସାହିତ କରୁଛି I ଫଳରେ ତୃଣମୂଳ ସ୍ଥରରେ ଥିବା କଂଗ୍ରେସ କର୍ମୀମାନେ ବିଜେଡି – ବିଜେପି ମୁହାଁ ହେଉଛନ୍ତି I ଯେହେତୁ ରାଜ୍ୟରେ ବିଜେଡି ସହ କଂଗ୍ରେସ ଲଢ଼ୁଛି ତେଣୁ ଅଧିକାଂଶ କଂଗ୍ରେସ କର୍ମୀ କଂଗ୍ରେସ ଛାଡି ବିଜେପି କୁ ପ୍ରଥମ ପସନ୍ଦ ଭାବେ ଗ୍ରହଣ କରୁଛନ୍ତି I ସେପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନୂଆ କମିଟି ଗଠନ କରିନଥିବାରୁ ରାଜ୍ୟ ନେତା ମାନେ ମଧ୍ୟ ସେତେଟା ସକ୍ରିୟ ହେଉନାହାନ୍ତି I ଏସବୁ କଥାକୁ ବିଚାରକୁ ନେଲେ କଂଗ୍ରେସ ଦିନକୁ ଦିନ ଖସୁଛି ବରଂ ଉଠୁନାହିଁ I ସେପଟେ ବିଜେପୁରରେ ବିଜେଡି ଓ ବିଜେପି ପ୍ରଚାର କୁ ଯେତିକି ଜୋରଦାର କରିଛନ୍ତି ସେ ତୁଳନାରେ କଂଗ୍ରେସ ପଛରେ ପଡିଛି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More