ଗେଟୁଗେଦର ଆଳରେ ଗୋଛି କଟାକଟି

0

ଭୁବନେଶ୍ୱର : ୧୪୦ ବର୍ଷର ଦଳ କଂଗ୍ରେସ ଓଡ଼ିଶାରେ ୨୦ ବର୍ଷ ଧରି କ୍ଷମତା ବାହାରେ ଥିଲେ ମଧ୍ୟ କଂଗ୍ରେସ ନେତାଏ କିଛି ଶିଖୁନାହିନ୍ତି I ଚୌକି ମୋହରେ ନେତାଏ ପରସ୍ପର ଗୋଛି କାଟିବାରେ ବ୍ୟସ୍ତ I ୨୦୧୯ ସାଧାରଣ ନିର୍ବାଚନରେ ବହୁ ଶୋଚନୀୟ ପରାଜୟ ପରେ ମଧ୍ୟ ଦଳରେ ଥିବା ଗୋଷ୍ଠୀ କନ୍ଦଳର ପୁରୁଣା ରୋଗ ଦଳର ପିଛା ଛାଡୁ ନାହିଁ I ପିସିସି ଚୌକିକୁ ନେଇ ପୁଣିଥରେ ଆରମ୍ଭ ହୋଇଛି ଟଣାଓଟରା I ମୁହାଁମୁହିଁ ହୋଇଛନ୍ତି ନିରଞ୍ଜନ ପଟ୍ଟନାୟକ ଗୋଷ୍ଠୀ ଓ ଅସନ୍ତୁଷ୍ଟ ନେତା ଗୋଷ୍ଠୀ ବା କାହ୍ନୁ ଲେଙ୍କା ଗୋଷ୍ଠୀ I ବିଭିର୍ନ ହୋଟେଲରେ ଗେଟୁଗେଦର ଆଳରେ ପରସ୍ପର ବିରୋଧୀ ରଣନୀତି ପ୍ରସ୍ତୁତ କରୁଛନ୍ତି ଓ ନିଜର ଶକ୍ତି ମଧ୍ୟ ପ୍ରଦର୍ଶନ କରୁଛନ୍ତି I ସେପଟେ ହାଇକମାଣ୍ଡ ସିଧାସଳଖ ସଂକେତ ଦେଇଛନ୍ତି ଯେ , ପିସିସି ସଭାପତି ପଦରେ ରହିବେ ନିରଞ୍ଜନ ପଟ୍ଟନାୟକ I ଯେଉଁମାନେ ଦଳ ବିରୋଧୀ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରଭାରୀ ଜିତେନ୍ଦ୍ର ସିଂ କହିଛନ୍ତି I ତେବେ କଂଗ୍ରେସର ଏପରି ଗୋଷ୍ଠୀ କନ୍ଦଳ ଦଳକୁ ଯେ କ୍ଷତିରେ ପହଞ୍ଚାଇବ ତାହା ସ୍ପଷ୍ଟ ଜଣାପଡୁଛି I ୨୦ ବର୍ଷ ଧରି କ୍ଷମତା ବାହାରେ ଥିବା ଦଳର ନେତାମାନେ ପରସ୍ପର ବିରୁଦ୍ଧରେ ଲଢ଼ିବା ଦଳ ପାଇଁ ଶୁଭ ସଂକେତ ନୁହେଁ ବୋଲି ରାଜନୈତିକ ବିଶେଷଜ୍ଞନମାନେ ମତ ପୋଷଣ କରିଛନ୍ତି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More