ଦିଲ୍ଲୀର ନେତା ହେବେ ନବୀନ : କାହିକିଁ ଏପରି ଚର୍ଚ୍ଚା ପଢନ୍ତୁ ଏହି ରିର୍ପୋଟ

0

ଦିଲ୍ଲୀର ନେତା ହେବେ ନବୀନ । ତୃତୀୟ ସାମୁଖ୍ୟର ହେବ ମୁଖ୍ୟ । ୨୦୧୪ ନିର୍ବାଚନ ପରେ ଏହି ଚର୍ଚ୍ଚା ଦିଲ୍ଲୀରୁ ଭୁବନେଶ୍ୱର ଜୋରଦାର ହେଉଥିଲ । ଏବେ ଏହି ଚର୍ଚ୍ଚା ସତ ହେବାକୁ ଯାଉଛି । ଆଉ ୨୦୧୮ରେ ନବୀନ ନେଇଥିବା କେତେକ ନିଷ୍ପତିରୁ ଏହା ସଙ୍କେତ ଦେଇଛି । ତୃତୀୟ ସାମ୍ମୁଖ୍ୟ ନେଇ ସବୁ ରାଜନୈତିକ ଦଳ ନବୀନଙ୍କ ସହଯୋଗ ଲୋଡ଼ିଥିବା ବେଳେ ନବୀନ ଉଭୟ ୟୁପିଏ ଓ ଏନଡ଼ିଏ ଠାରୁ ସମଦୂରତା ରକ୍ଷା କରିଛନ୍ତି । ସମଦୂରତା ଲାଗି ନବୀନ କେତେବେଳେ ଯୁପିଏ କେତେକ ପ୍ରସଙ୍ଗରେ ସହଯୋଗ କରିଥିବା ବେଳେ ଆଉ କେତେକ ପ୍ରସଙ୍ଗରେ ଏନଡ଼ିଏକୁ ସମର୍ଥନ କରିଛି । ତେବେ ଏହାରି ଭିତରେ ମୋଦିଙ୍କୁ ହଟାଇବା ପାଇଁ ପୁରା ବିରୋଧୀ ଏକ ହୋଇଥିଲେ ମଧ୍ୟ ନବୀନ ତାଙ୍କ ରାଜନୈତିକ କାର୍ଡ଼ ଖେଳିନଥିଲେ ଏ ପ୍ରସଙ୍ଗରେ । ତେବେ ୨ବର୍ଷ ହେବ ନବୀନ ଯେଉଁ ପ୍ରସଙ୍ଗ ଉଠାଇଛନ୍ତି ତାହା ଜାତୀୟ ସ୍ତରରେ ନବୀନ ବେଶ ଚର୍ଚ୍ଚା ରହିବା ସହ ସେଜଣେ ଜାତୀୟ ସ୍ତରର ନେତୃତ୍ୱ ନେବାର ଦଖତା ଥିବା ପ୍ରମାଣିତ କରିଛନ୍ତି । ସମ୍ବିଧାନର ମୁଖବନ୍ଦରରେ ଅଂହିସା ଶଦ୍ଧ ରଖିବା, ହକି ଜାତୀୟ କ୍ରୀଡ଼ାର ମାନ୍ୟତା ଦେବା ପରି ପ୍ରସଙ୍ଗ ଉଠାଇ ନବୀନ ଜାତୀୟ ସ୍ତରରେ ଚର୍ଚ୍ଚାରେ ରହିଥିବା ବେଳେ ଉଭୟ ଲୋକସଭା ଓ ରାଜ୍ୟ ସଭାରେ ୩୩ପ୍ରତିଶତ ମହିଳାଙ୍କ ପାଇଁ ଆସନ ସଂରକ୍ଷଣ ବ୍ୟବସ୍ଥା ରହିବା ନେଇ ବିଜେଡ଼ି ଏବେ ଦବଦୂତ ସାଜିଛି । ଯାହା ପୁଣି ନବୀନ ନବୀନଙ୍କୁ ଜାତୀୟ ସ୍ତରରେ ଚର୍ଚ୍ଚାରେ ରହିଛନ୍ତି । ଏମିତିବି ୧୮ବର୍ଷବର୍ଷର ସ୍ତିର ସରକାର ଓ ଚାରିଥର ମୁଖ୍ୟମନ୍ତ୍ରୀ ପଦରେ ରହି ନବୀନ ତାଙ୍କର ଦକ୍ଷ ନେତୃତ୍ୱରେ ପ୍ରମାଣ ଦେଇଛନ୍ତି । ତେଣୁ ଓଡିଶାରେ ହକିର ବିଶ୍ୱ କପ ଆୟୋଜନ କରି ଦେଶବିଦେଶରେ ଚର୍ଚ୍ଚା ହେବା ପରେ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାମାନଙ୍କ ପାଇଁ ଲୋକସଭା ଓ ବିଧାନସଭାରେ ୩୩ ପ୍ରତିଶତ ଆସନ ସଂରକ୍ଷିତ ରଖିବା କାର‌୍ୟ୍ୟକାରି କରିବାରେ ଅଣ୍ଟା ଭିଡିଛନ୍ତି । ନବୀନ ତାଙ୍କ ପିତା ବିଜୁ ପଟ୍ଟନାୟକଙ୍କ ରାସ୍ତାରେ ଚାଲି ମହିଳାଙ୍କ ପାଇଁ ଉଦାହରଣ ସାଜିବାକୁ ଯୋଜନା କରିଛନ୍ତି । ବିଜୁବାବୁ ୯୦ଦଶକରେ ପଂଚାୟତ ଓ ପୌରସଂସ୍ଥା ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷିତ ରଖି ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ । ଆସନ୍ତା ୧୧ ତାରିଖ ସୁଦ୍ଧା ଦେଶର ସମସ୍ତ ଜାତୀୟ ଓ ଆଂଚଳିକ ଦଳମାନଙ୍କ ମୁଖିଆଙ୍କ ପାଖରେ ପହଁଞ୍ଚି ବିଜେଡି ନେତାମାନେ ଦଳ ସୁପ୍ରିମୋଙ୍କ ବାର୍ତ୍ତା ରଖିବେ । ମହିଳା ସଂରକ୍ଷଣ ବିଲ୍ ପାର୍ଲାମେଣ୍ଟରେ ଗୃହିତ କରାଇବା ଦିଗରେ ସର୍ମଥନ ଦେବାକୁ ଅନୁରୋଧ କରିବେ । ବିଧାନସଭାରେ ସର୍ବ ସମ୍ମତକ୍ରମେ ମହିଳାମାନଙ୍କ ପାଇଁ ବିଧାନସଭା ଓ ଲୋକସଭାରେ ୩୩ ପ୍ରତିଶତ ସରଂକ୍ଷଣ ରଖିବାକୁ ଯେଉଁ ସଂକଳ୍ପ ପାରିତ କରାଯାଇଛି ତାହାକୁ କିପରି କାର‌୍ୟ୍ୟକାରି କରାଯାଇପାରିବ ସେ ଦିଗରେ ଉଦ୍ୟମ ଆରମ୍ଭ କରିବ ଦଳ । ଏଥିଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଚିଠି ଲେଖି ତାଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ୨୨ଟି ଆଂଚଳିକ ଦଳକୁ ଭେଟିବା ବିଜେଡ଼ି । ୭ଟି ଜାତୀୟ ଦଳ ଓ ୧୧୫ଟି ଆଂଚଳିକ ଦଳ ନେତାଙ୍କୁ ଆସନ୍ତା ୧୧ ତାରିଖରେ ଭେଟିବ ବିଜେପି ନେତା । ବିଜେପି ପାଇର୍ ପ୍ରସନ୍ନ ଆଚାର୍ଯ୍ୟ,ବେଦପ୍ରକାଶ ଅଗ୍ରୱାଲ,ଭତ୍ତୁହରି ମହତାବ,ଙ୍କ ଦାୟିତ୍ୱ ଦିଆଯାଇଥିବା ବେଳେ କଂଗ୍ରେସ ପାଇଁ ତଥାଗତ , ପିନାକୀବେଦପ୍ରକାଶଙକୁ ଦାୟିତ୍ୱ ଦିଆଯାଇଛି । ଏହାସହ ଅନ୍ୟାନ୍ୟ ଦଳ ପାଇଁ ଭିନ୍ନ ଭିନ୍ନ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More