ଆମ୍ବୁଲାନ୍ସ ପାଇଁ ଅଟକିଲା ନବୀନଙ୍କ କାରକେଟ …

0

ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ଗାଡ଼ି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଲାଣୀ । ସଂନ୍ଧ୍ୟାରେ ସବୁଛକରେ ଟ୍ରାଫିକ ଜାମ । ଲୋକେ ସଚେତନ ଅଭାବରୁ ବହୁ ସ୍ଥାନରେ ବିିଭିନ୍ନ ହସ୍ପିଟାଲକୁ ଆମ୍ବୁଲାନ୍ସ ରୋଗୀଟିଏ ଧରି ଅନ୍ୟସ୍ଥାନକୁ ଗଲାବେଳେ ବହୁ ଅସୁବିଧାର ସମ୍ମୁଖୀନ ହେଉଛି । ଏପରି ଲୋକେ ଆମ୍ବୁଲାନ୍ସକୁ ବାଟ ଛାଡ଼ୁନାହାନ୍ତି । ଟ୍ରାଫିକ ପୋଲିସ ବହୁ ଚେଷ୍ଟା କଲେ ବି କିଛି ସୁଫଳ ମିଳୁନାର୍ହି । ଲୋକଙ୍କ ସଚେତନ କରିବା ଉର୍ଦ୍ଧେଶ୍ୟରେ ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଜିଛନ୍ତି ଉଦାହରଣ । ରବିବାର, ସମୟ ସନ୍ଧ୍ୟା ୭ଟା ୪୫ । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏକ କାର‌୍ୟ୍ୟୀକ୍ରମରେ ଯୋଗଦେଇ ନବୀନ ନିବାସ ଫେରୁଥିଲେ । ରୁଟ ପ୍ଲାନିଂ ଅନୁଯାଇ ମୁଖ୍ୟମନ୍ତ୍ରୀ କ୍ୟାପିଟାଲ ହସ୍ପିଟାଲ ଦେଇ ନବୀନ ନିବାସ ଯାଇଥାନ୍ତେ । ମୁଖ୍ୟମନ୍ତ୍ରୀଙ୍କ କରକେଡର ପେଟ୍ରୋଲିଂ ଗାଡି ଦେଖି ଟ୍ରାଫିକ ଦାୟିତ୍ୱରେ ଥିବା କର୍ମଚାରୀ ସତର୍କ ହୋଇଯାଇଥିକେ । ପ୍ରଥମ ପେଟ୍ରୋଲିଂ ଗାଡି ବି ଛକ ଅତିକ୍ରମ କରିଯାଇଥିଲା । ହେଲେ ହଠାତ ମୁଖ୍ୟମନ୍ତ୍ରୀଙ୍କ ଗାଡି ଓ ତାଙ୍କ କରକେଡ ଅଟକିଗଲା ।
ମୁଖ୍ୟମନ୍ତ୍ରୀଙ୍କ ଗାଡି ଅଟକିବା ସାଧାରଣ ଯାତ୍ରୀ ପାଇଁ ଅବାଭାବିକ ହୋଇପାରେ । କିନ୍ତୁ ଏହି ଭିଡିଓକୁ ଦେଖିଲେ ମୁଖ୍ୟମନ୍ତ୍ରୀ କେତେ ସମ୍ବେଦନଶୀଳ ତାହା ସ୍ପଷ୍ଟ ବୁଝାପଡିବ । ମୁଖ୍ୟମନ୍ତ୍ରୀ ଅଟକିବାର କାରଣ ଥିଲା ଏକ ଆମ୍ବୁଲାନ୍ସ । ଆମ୍ବୁଲାନ୍ସଟି ଏକ ରୋଗୀକୁ ନେଇ କ୍ୟାପିଟାଲ ହସ୍ପିଟାଲ ଯାଉଥିଲା । ଆମ୍ବୁଲାନ୍ସର ସାଇରନ ଶୁଣି ଅଟକିଗଲେ ମୁଖ୍ୟମନ୍ତ୍ରୀ । ତାଙ୍କ ପେଟ୍ରୋଲିଂ ଗାଡି ଓ କାରକେଡ ବି ଅଟକିଗଲା । ଆମ୍ବୁଲାନ୍ସ ଯିବା ପରେ ମୁଖ୍ୟମନ୍ତ୍ରୀଙ୍କ ଗାଡି ଆଗକୁ ଗଡ଼ିଲା ।
ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକେ ଆମ୍ବୁଲାନ୍ସକୁ ବାଟ ଛାଡୁନଥିବାର ଖବର ଆସୁଛି । ମୁଖ୍ୟମନ୍ତ୍ରୀ ଏଥିପାଇଁ ସଚେତନ ହେବାକୁ ଲୋକଙ୍କୁ ଅପିଲ କରିଛନ୍ତି । ହେଲେ ଘରର ମୁଖିଆ ଭାବେ ନିଜେ ନିଜ ଅପିଲକୁ ମାନି ଲୋକଙ୍କ ପାଇଁ ଉଦାହରଣର ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ । କିଛି ଦିନ ତଳେ ଆମ୍ବୁଲାସକୁ ବାଟ ଛଡ଼ାନଯିବାରୁ ଜଣେ ଶିଶୁର ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More