ଉତ୍କଟ ହେଲା ଜଳବାୟୁ ପରିବର୍ତନ : ବିବ୍ରତ ହେଲେ ପୃଥିବୀର ବୈଜ୍ଞାନିକ

0

ଜଳବାୟୁ ପରିବର୍ତନ ଦିନକୁ ଦିନ ଯେପରି ଭୟଙ୍କର ରୂପ ନେବାକୁ ଯାଉଛି ଓ ପୃଥିବୀର ରାଜନେତାମାନଙ୍କର ଏହା ଉପରେ ଠୋସ ପଦକ୍ଷପ ନେବାକୁ ସେପରି ଅନ୍ତରିକତ୍ୱ ପ୍ରକାଶ ପାଉନଥିବାରୁ ବିବ୍ରତ ହୋଇପଡିଛନ୍ତି ବିଶ୍ୱର ୧୧ ହଜାରରୁ ଅଧିକ ବୈଜ୍ଞାନିକ I ସେମାନଙ୍କ ତରଫରୁ ଜଳବାୟୁ ଏମରଜେନସି ଘୋଷଣା କରିଛନ୍ତି I ଜୀବସ୍ମା ଇନ୍ଧନକୁ ବର୍ଜନ କରିବା ସହ ନବୀକରଣୀୟ ଶକ୍ତିର ବ୍ୟବହାର ଉପରେ ଗୁରୁତ୍ୱାରୋପ କରିବା ଦିଗରେ ରଣନୀତି ପ୍ରସ୍ତୁତ କରିବା ପାଇଁ ବୈଜ୍ଞାନିକମାନେ ଆହ୍ୱାନ ଦେଇଛନ୍ତି I ଅଙ୍ଗାରକାମ୍ଳ ଜଳବାୟୁ ସମସ୍ୟା ସଂକ୍ରାନ୍ତରେ ଗତ କିଛି ବର୍ଷ ଧରି ବିଭିର୍ନ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ବୈଜ୍ଞାନିକମାନେ ବିଶ୍ୱ ତପାୟନ ପରିବେଶ ପାଇଁ ବହୁତ ବଡ଼ ବିପଦର କାରଣ ହୋଇପାରେ , ଏହା ସୂଚାଇ ଦେଇଥିଲେ I ସେ ଯାହେହୁ ବର୍ତ୍ତମାନ ଠାରୁ ଜଳବାୟୁ ଏମରଜେନସି ଘୋଷଣା କରାଗଲା ବୋଲି ବୈଜ୍ଞାନିକମାନେ କହିଛନ୍ତି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More