ଚିଲିକା : ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀଗଣନା । ୫ଟି ରେଞ୍ଜରେ ୨୧ଟି ଟିମ ପକ୍ଷୀଗଣନା କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ୧୧୧ ଜଣ ଟିମ ସଦସ୍ୟଙ୍କ ଦ୍ୱାରା ପକ୍ଷୀଗଣନା ଚାଲୁଛି । ଜଳଭାଗରେ ୧୯ଟି ଟିମ, ସ୍ଥଳଭାଗରେ ୨ଟି ଟିମ ପକ୍ଷୀଗଣନା କରୁଛନ୍ତି । ଗଣନା ଚାଲୁ ରହିଥିବାରୁ ଏଯାଏଁ କେତେ ପକ୍ଷୀ ଗଣନା ହୋଇଛନ୍ତି, ସେନେଇ ସୂଚନା ମିଳିପାରି ନାହିଁ ।