ପୃଷ୍ଟିହୀନତା ଯୋଗୁ ଦେଶର ୬୯% ଶିଶୁ ମୃତ୍ୟୁ ବରଣ କରୁଛନ୍ତି : ଏହା ଏକ ଉଦବେଗର କାରଣ ହୋଇଛି

0

ଆମ ଦେଶରେ ଜନ୍ମଲାଭ କରୁଥିବା ୫ ବର୍ଷରୁ କମ ବୟସର ଶିଶୁ ମୃତ୍ୟୁ ସଂକ୍ରାନ୍ତରେ ୟୁନିସେଫ ତରଫରୁ ଅନୁସନ୍ଧାନ କରାଯାଇ ପ୍ରକାଶ ପାଇଥିବା THE TEST OF THE WORLD CHILDREN 2019 ରିପୋର୍ଟ ଆଧାରରେ ଜଣାପଡିଛି ଯେ , ଶତକଡା ୬୯% ଶିଶୁ ପୃଷ୍ଟିହୀନତାରେ ମୃତ୍ୟୁ ବରଣ କରୁଛନ୍ତି I ରିପୋର୍ଟରେ ଆହୁରି ପ୍ରକାଶ ପାଇଛିଯେ , ୫ ବର୍ଷରୁ କମ ବୟସର ଶିଶୁ ପ୍ରତି ଦୁଇ ଜଣରେ ଜଣେ ଶିଶୁ ପୃଷ୍ଟିହୀନତାରେ ପ୍ରଭାଭିତ ହୋଇଥାନ୍ତି I କେବଳ ସେତିକି ନୁହେଁ ପୃଷ୍ଟିହୀନତାରେ ବିଭିର୍ନ ରୋଗରେ ଆକ୍ରନ୍ତ ହୋଇଥିବା ଶିଶୁଙ୍କ ସଂଖ୍ୟା ୩୫% I ସେହିପରି ବୟସ ଅନୁପାତରେ କମ ଓଜନ ଥିବା ଶିଶୁଙ୍କ ସଂଖ୍ୟା ୧୨% ଓ ଅଧିକ ଓଜନ ଥିବା ଶିଶୁଙ୍କ ସଂଖ୍ୟା ୨% I ୬ ରୁ ୨୩ ମାସ ପର୍ଯ୍ୟନ୍ତ ୪୨% ଶିଶୁ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ପାଉଥିବା ଏହି ତଥ୍ୟରୁ ପ୍ରକଶ ପାଇଛି I ଅନ୍ୟପକ୍ଷରେ ଭାରତୀୟ ମହିଳାଙ୍କର ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରତି ଦୁଇ ଜଣରେ ଜଣେ ମହିଳା ରକ୍ତହୀନତାର ଶିକାର ହୋଇଥାନ୍ତି I ସେହିପରି ୫ ବର୍ଷରୁ କମ ଶିଶୁଙ୍କ ମଧ୍ୟରେ ପୁଅଙ୍କ ତୁଳନାରେ ଝିମାନେ ଅଧିକ ରକ୍ତହୀନତାର ଶିକାର ହେଉଛନ୍ତି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More