ମୁଖ୍ୟ ଶାସନ ସଚିବ, ୫-‘ଟି ସଚିବ ଏବଂ ବରିଷ୍ଠ ଅଧିକାରୀମାନଙ୍କ ଏକ ଦଳ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି

0

ଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଛନ୍ତି ଯେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-‘ଟି’) ଶ୍ରୀ ଭି.କେ. ପାଣ୍ଡିଆନ୍‌ ଏବଂ ବରିଷ୍ଠ ଅଧିକାରୀମାନଙ୍କ ଏକ ଦଳ ହକି ବିଶ୍ୱକପ୍‌ ୨୦୨୩ର ସହ ଆୟୋଜକ ବିର୍ଶା ମୁଣ୍ଡା ଆନ୍ତର୍ଜାତିକ ଷ୍ଟାଡିୟମ୍‌ ସମେତ ସୁନ୍ଦରଗଡ଼ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ।
* ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅଧିକାରୀମାନେ ହକି ବିଶ୍ୱକପ୍‌ ୨୦୨୩ ପାଇଁ ଜାରି ରହିଥିବା ଉନ୍ନୟନମୂଳକ କାର୍ଯ୍ୟ, ରାଉରକେଲା ବିମାନ ବନ୍ଦର ଟର୍ମିନାଲ୍‌ର ସଂପ୍ରସାରଣ, ପାନ୍‌ପୋଷଠାରେ ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ୍‌ କାର୍ଯ୍ୟରେ ଅଗ୍ରଗତିର ସମୀକ୍ଷା କରିଛନ୍ତି । ସେମାନେ ମଧ୍ୟ କୋଭିଡ୍‌-୧୯ ଭବିଷ୍ୟତ ଲହରର ସମ୍ମୁଖୀନ ହେବା ପାଇଁ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ୀକରଣର ସମୀକ୍ଷା କରିଛନ୍ତି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ।
*ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଦଳ ଛେଣ୍ଡଠାରେ ଗୃହନିର୍ମାଣ ପ୍ରକଳ୍ପ ପାଇଁ ଆବଣ୍ଟିତ ୫ ଏକର ସ୍ଥାନ, ବିଜ୍ଞାନ ପାର୍କ ଏବଂ ପ୍ଲାନଟୋରିୟମ୍‌ ପରିଦର୍ଶନ କରିଛନ୍ତି । ଅଧିକାରୀମାନେ ମଧ୍ୟ ୩ ହଜାର ଗୃହ ନିର୍ମିତ ହେବାକୁ ଥିବା ରାଉରକେଲା ମୁନିସିପାଲିଟିଠାରେ ନିର୍ମାଣାଧୀନ ୫ଟି ବସ୍ତି ଗୃହନିର୍ମାଣ ପ୍ରକଳ୍ପ ପରିଦର୍ଶନ କରିଛନ୍ତି ବୋଲି ସେ କହିଛନ୍ତି ।
* ମାନ୍ୟବର ମୁଖ୍ୟମନ୍ତ୍ରୀ ବିଶ୍ୱ ମାନବିକତା ଦିବସ ଅବସରରେ କୋଭିଡ୍‌-୧୯ ମହାମାରୀ ସମୟରେ ପ୍ରତିବଦ୍ଧତା, ତ୍ୟାଗ ଓ କଠିନ ପରିଶ୍ରମ ବଳରେ ବହୁମୂଲ୍ୟ ଜୀବନ ବଞ୍ଚାଇଥିବା ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କର୍ମଚାରୀମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ତ୍ୟାଗ ବଳରେ ମାନବିକତାକୁ ବଞ୍ଚାଇ ରଖିବା ପାଇଁ ସେମାନଙ୍କର ଉଦ୍ୟମ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ସେମାନଙ୍କ ପ୍ରତି ସମ୍ମାନ ଜ୍ଞାପନ କରିଛନ୍ତି ।
* ମାନ୍ୟବର ମୁଖ୍ୟମନ୍ତ୍ରୀ ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ଆଇନ ବିଶାରଦ ଶଙ୍କର ଦୟାଲ ଶର୍ମାଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ବିଭିନ୍ନ ପଦବୀରେ ଆସୀନ ହୋଇ ରାଷ୍ଟ୍ର ନିର୍ମାଣ ନିମନ୍ତେ ତାଙ୍କର ଅପାର ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More