ଛତିଶଗଡରେ ମାଓ ଆକ୍ରମଣ

୧୦ DRG ଯବାନ, ଜଣେ ଡ୍ରାଇଭର ସହିଦ

0

ଛତିଶଗଡରେ ପୁଣି ନକ୍ସଲ ଖେଳିଛନ୍ତି ରକ୍ତର ହୋଲି । IED ବିସ୍ପୋରଣ କରି ନେଇଛନ୍ତି ୧୧ ଜଣଙ୍କ ଜୀବନ । ନକ୍ସଲଙ୍କ ଆମ୍ବୁସରେ ୧୦ ଜଣ DRG ଯବାନ ଓ ଜଣେ ଡ୍ରାଇଭର ସହିଦ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଘଟଣାକୁ ନିନ୍ଦା କରିଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ସହ କଥା ହୋଇ ସବୁ ପ୍ରକାରର ସାହାଯ୍ୟ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ବଘେଲ କହିଛନ୍ତି, ଲାଲବାହୀନିଙ୍କୁ ଆଉ ଛଡାଯିବନି। ଏପଟେ ଛତିଶଗଡ ସୀମାନ୍ତ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ହାଇ ଆଲର୍ଟ ଜାରି ହୋଇଛି।

ଛତିଶଗଡର ଦାନ୍ତେୱାଡାରେ ନକ୍ସଲଙ୍କ ବଡ ହମଲା । ମାଓ ଅପରେସନରେ ଯାଇଥିବା ଯବାନଙ୍କୁ ଆମ୍ବୁସ । IED ବିସ୍ଫୋରଣ କରି ଗାଡ଼ି ଉଡାଇଦେଲେ ମାଓବାଦୀ । ଘଟଣାସ୍ଥଳର ଦେଖିବାକୁ ମିଳିଛି ଛାତିଥରା ଚିତ୍ର । ଦନ୍ତେୱାଡାର ଅରଣପୁର ନିକଟ ଜଙ୍ଗଲିଆ ରାସ୍ତା। ଉଭୟ ପଟେ ପଡିଛି ବୀର ସହିଦ ଯବାନଙ୍କ ଶରୀର। ବିସ୍ଫୋରଣରେ ଖଣ୍ଡ ଖଣ୍ଡ ହୋଇଯାଇଛି ଯବାନଙ୍କ ଗାଡି। ଆଉ, ବିସ୍ଫୋରଣ ସ୍ଥଳରେ ସୃଷ୍ଟି ହୋଇଛି ବିରାଟ ଗାତ । ଚାରି ପାଖର ଦୃଶ୍ୟ ହିଁ ବୟାନ କରିଦେଉଛି କେତେ ଭୟଙ୍କର ଥିଲା ବିସ୍ଫୋରଣ ।ନକ୍ସଲଙ୍କ ବର୍ବରଚିତ ଆକ୍ରମଣରେ ସହିଦ ହୋଇଛନ୍ତି ୧୦ ଜଣ DRG ଯବାନ। ଡ୍ରାଇଭର ବି ପ୍ରାଣ ହରାଇଛନ୍ତି । ଘଟଣାସ୍ଥଳରୁ ସମସ୍ତ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ବରିଷ୍ଠ ଅଧିକାରୀ ପହଁଚି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ଜଙ୍ଗଲରେ ଜୋରଦାର ହୋଇଛି କମ୍ବିଂ ଅପରେସନ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More