ଚୀନର ରାଷ୍ଟ୍ରପତି ଓ ଭାରତର ପ୍ରଧାନମନ୍ତ୍ରୀ ଦୁଇଜଣ ଦାୟିତ୍ୱ ସମ୍ପର୍ଣ୍ଣ ରାଷ୍ଟ୍ରନେତା I ସେମାନେ ସେମାନଙ୍କର ସମାସ୍ୟା ନିଜ ଭିତରେ ସମାଧାନ କରିପାରିବେ I ଏପରି ଏକ ବକ୍ତବ୍ୟ ରଖିଛନ୍ତି ରୁଷିଆର ରାଷ୍ଟ୍ରପତି ପୁଟୁନି I

0

ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଚୀନର ପାଦୃଭାବକୁ କମାଇବା ପାଇଁ ଆମେରିକା,ଜାପାନ,ଅଷ୍ଟ୍ରେଲିଆ ଓ ଭାରତ ମିଶି ଏକ ଚତୁରାଷ୍ଟ୍ରୀୟ ଶକ୍ତି (ସ୍କ୍ୱାର୍ଡ) ଗଠନ କରିଛନ୍ତି I ଏହି ସ୍କ୍ୱାର୍ଡ ଗଠନ ଫଳରେ ରୁଷିଆ ଏକ ସଙ୍କଟ ଜନକ ପରିସ୍ଥିତିରେ ପଡିଛି I କାରଣ ଭାରତ ରୁଷିଆର ଏକ ଭଲ ବ୍ୟବସାୟିକ ବନ୍ଧୁ ରାଷ୍ଟ୍ର I ଏହି ସ୍କ୍ୱାର୍ଡ ଗଠନ ଫଳରେ ଭାରତ ପ୍ରତି ରୁଷିଆର ଆଭିମୁଖ୍ୟ କଣ ଜାଣିବା ପାଇଁ କେତେକ ସାମ୍ବାଦିକ ପୁଟୁନିଙ୍କୁ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ରୁଷ ରାଷ୍ଟ୍ରପତି କହଛନ୍ତିଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନର ରାଷ୍ଟ୍ରପତି ଜିନପିଙ୍ଗ ଉଭୟ ହେଉଛନ୍ତି ଜଣେ ଜଣେ ଦାୟିତ୍ୱ ସମ୍ପର୍ଣ୍ଣ ରାଷ୍ଟ୍ରନେତା I ଭାରତ ଓ ଚୀନ ମଧ୍ୟରେ ଥିବା ବିଭିନ୍ନ ପାରସ୍ପରିକ ସମାସ୍ୟାର ସମାଧାନ ସେମାନେ କରିପାରିବେ I ଏ ବିଷୟରେ କୌଣସି ବାହାର ରାଷ୍ଟ୍ରର ମଧ୍ୟସ୍ଥତା ଆଵଶ୍ୟକତା ନାହିଁ I ସେ ପୁନର୍ବାର କହିଛନ୍ତିଯେ ରୁଷ ଓ ଭାରତ ମଧ୍ୟରେ ଥିବା ସମ୍ପର୍କ ପୂର୍ବପରି ରହିଛି ଓ ଆଗାମୀ ଦିନରେ ଅଧିକ ବୃଦ୍ଧି ପାଇବ I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More