ସେସୁ ରେ ବିଭିନ୍ନ ଫ୍ରାଞ୍ଚାଇଜ ଦ୍ୱାରା ନିଯୁକ୍ତ ପାଇଥିବା ୭୫୦୦ କର୍ମଚାରୀ ଦୀର୍ଘ ୧ ବର୍ଷ ଧରି ଚଳାଇଥିବା ଆନ୍ଦୋଳନର ଅବସାନ ଘଟିଛି I ୭୫୦୦ ମଧ୍ୟରୁ ଯେଉଁମାନେ ନିଯୁକ୍ତି ପାଇଛନ୍ତି ସେମାନଙ୍କ ଚାକିରୀ ସୁରକ୍ଷିତ ରହିବା ସହିତ ବର୍ତ୍ତମାନ ଚାକିରୀ ନପାଇଥିବା ୩୪୦ ଜଣଙ୍କୁ TPCODL ବିଭିନ୍ନ Business Associate ଜରିଆରେ ନିଯୁକ୍ତି ଦେବାକୁ ନିସ୍ପତି ଗ୍ରହଣ କଲେ I

0

ଭୁବନେଶ୍ୱର : ତା -୧/୦୬/୨୦୨୦ ଦିନ OERC ସେସୁର ପରିଚାଳନା ଭାର TPCODL କୁ ହସ୍ତାନ୍ତର କରିବା ପରେ TPCODL କର୍ତ୍ତୃପକ୍ଷ ଫ୍ରାଞ୍ଚାଇଜ ମାନଙ୍କୁ କାଢି ନୂଆ ବିଜନେସ ଆସୋସିଏଟ (BA) ଙ୍କ ଜରିଆରେ ମିଟର ରିଡିଂ,ବିଲ କଲେକସନ ଓ ଲାଇନ ମେଣ୍ଟେନାନ୍ସ ଇତ୍ୟାଦି କାର୍ଯ୍ୟ ଆରମ୍ଭ କରିଥିଲେ I ନୂଆ Business Associate ମାନେ ଫ୍ରାଞ୍ଚାଇଜ ମାନଙ୍କରେ କାର୍ଯ୍ୟ କରୁଥିବା ଶ୍ରମିକ/କର୍ମଚାରୀ ଓ ଇଞ୍ଜିନିୟର ମାନଙ୍କର ଅଭିଜ୍ଞତା କୁ ବିଚାରକୁ ନନେଇ ନୂଆ ଲୋକ ମାନଙ୍କ ଦ୍ୱାରା କାର୍ଯ୍ୟ ଆରମ୍ଭ କଲେ I କେତେକ ଫ୍ରାଞ୍ଚାଇଜ କର୍ମଚାରୀଙ୍କୁ ନିଯୁକ୍ତି ଦେଉଥିଲେ ମଧ୍ୟ ସେମାନଙ୍କ ପୂର୍ବ ଦରମା ତୁଳନାରେ କମ ଦରମା ମାସିକ ୨୫୦୦/୩୦୦୦ ଟଙ୍କା ଦେବା ଫଳରେ ଶ୍ରମିକ ଅସନ୍ତୋଷ ଆରମ୍ଭ ହୋଇଥିଲା I କେବଳ ସେତିକି ନୁହେଁ ୫୫୦ଜଣ ଶ୍ରମିକ ଙ୍କୁ Business Associate ମାନେ ନିଯୁକ୍ତି ନଦେବା ଫଳରେ ଅସନ୍ତୋଷ ଦିନକୁ ଦିନ ଉଗ୍ର ରୂପ ଧାରଣ କରିଥିଲା I ଶ୍ରମିକ ମାନଙ୍କର ନ୍ୟାର୍ଯ୍ୟ ଦାବି ହାସଲ ପାଇଁ CESUରେ ଥିବା କୌଣସି ଶ୍ରମିକ ସଂଗଠନ ମାନେ ସହଯୋଗର ହାତ ବଢାଇବା ତ ଦୂରର କଥା କେତେକ ଫ୍ରାଞ୍ଚାଇଜ ଜରିଆରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କୁ ଅଛୁଆ ଭାବୁଥିଲେ I
କରୋନା ମହାମାରୀର ସୁଯୋଗ ନେଇ TPCODL କର୍ତ୍ତୃପକ୍ଷ କର୍ମଚାରୀଙ୍କର ନିଯୁକ୍ତି,ଚାକିରୀର ସ୍ଥାୟୀତ୍ୱ,ସର୍ବନିମ୍ନ ମଜୁରୀ,EPF/ESI ପ୍ରଦାନ TPCODLର ଅନ୍ୟାନ୍ୟ କର୍ମଚାରୀ ମାନଙ୍କୁ ଦିଆଯାଇଥିବା ସୁବିଧା ସୁଯୋଗ Business Associate କର୍ମଚାରଙ୍କୁ ନଦେବା ଉପରେ ଆଲୋକପାତ କରିବାକୁ ଏକ ଓପେଫା(PDFEA ) ନାମକ ଶ୍ରମିକ ସଂଗଠନ CESU ର ଫ୍ରାଞ୍ଚାଇଜ ଓ Agency ଶ୍ରମିକ ଗଠନ କଲେ I ମହାମାରୀ କରୋନା କୁ ଖାତିର ନକରି ଶ୍ରମିକ ମାନଙ୍କର ଦାବି ଗୁଡିକର ପୁରଣ ପାଇଁ ଓପେଫା ଦୀର୍ଘ ୧ ବର୍ଷ ଧରି ବିଧାନସଭା ସମ୍ମୁଖ ଗାନ୍ଧୀ ମାର୍ଗରେ ଧାରଣା ଦେଇ ବସିଲେ I ଏହି ସମୟରେ ଓପେଫା ତରଫରୁ ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତା ଓ ଶ୍ରମିକ ସଂଗଠନଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ରାଜ୍ୟ ଯୁବ କଂଗ୍ରେସ ନେତାମାନଙ୍କ ଛଡ଼ା ଆମ ଦାବି ପ୍ରତି କେହି ସେତେଟା ଗୁରୁତ୍ଵାରୋପ କରିନଥିଲେ I ଶେଷରେ ଓପେଫା,ରାଜ୍ୟ ବିଦ୍ୟୁତ ବୋର୍ଡ ଶ୍ରମିକ ମହାସଂଘର ସଭାପତି ତଥା ଉପଭୋକ୍ତା ମହାସଂଘର ସଭାପତି ରମେଶ ଶତପଥୀଙ୍କୁ ଆମ ମାନଙ୍କ ପ୍ରତି ଦେଇଥିବା ବୈମାତୃକ ଭାଵ ବିରୁଦ୍ଧରେ ରାସ୍ତାରେ ବସିଥିବା କର୍ମଚାରୀଙ୍କୁ ନିଜର ନିଯୁକ୍ତି ଓ TPCODL ରେ ଆମ କର୍ମଚାରୀଙ୍କ ସ୍ଥାୟୀତ୍ୱ ବିଷୟରେ ଅବଗତ କଲା ପରେ ସେ ସଂଗେ ସଂଗେ ଓପେଫାକୁ OSEB ଶ୍ରମିକ ମହାସଂଘର ସଭ୍ୟଭୁକ୍ତ କରି ରାଜ୍ୟର ୪ଟି ଶ୍ରମିକ ମହାସଂଘକୁ ନେଇ ଗଠିତ ଏକତାମଞ୍ଚର କର୍ମକର୍ତ୍ତାଙ୍କୁ ସାଙ୍ଗରେ ଧରି ବିଧାନସଭା ସମ୍ମୁଖରେ ଆମ ଧାରଣା ସ୍ଥଳରେ ପହଂଚି ଏକତାମଞ୍ଚର ସମର୍ଥନ ଘୋଷଣା କଲେ ଓ ଆମ ଦାବିକୁ ସମର୍ଥନ ଜଣାଇ TPCODL କୁ ନୋଟିସ କଲେ I ଉପରୋକ୍ତ ଦାବି ଉପରେ ହୋଇଥିବା ଆଲୋଚନାରେ ସ୍ଥିର ହେଲାଯେ ଓପେଫା ଆଉ ଯେଉଁ କର୍ମଚାରୀ ଚାକିରୀ ପାଇଁ ନାହାନ୍ତି ତାର ଏକ ଲିଷ୍ଟ ଦେବ I ତାପରଦିନ ଅର୍ଥାତ ୦୮/୦୪/୨୦୨୧ ତାରିଖ ଦିନ ୬୫୦ ଚାକିରୀ ପାଇନଥିବା କର୍ମଚାରୀଙ୍କ ଲିଷ୍ଟ ଓପେଫା ପ୍ରାଦନ କଲେ I ହେଲେ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ TPCODL ର କର୍ତ୍ତୃପକ୍ଷ କଣ କରୁଛନ୍ତି ଜାଣିବା ସମ୍ଭବ ହେଲା ନାହିଁ I ଇତ୍ୟାଵସରରେ TPCODL ତରଫରୁ ମିଟର ରିଡିଂ,ବିଲ କଲେକସନ କାର୍ଯ୍ୟ ପାଇଁ ନୂଆ ବିଜନେସ ଆସୋସିଏଟ (BA) ନିଯୁକ୍ତି କଲେ I ହେଲେ ସେମାନେ ପୁନର୍ବାର କର୍ମଚାରୀଙ୍କ ଠାରୁ ନୂଆ ଵୟୋଡ଼ାଟା ସଂଗ୍ରହ କରିବା କାର୍ଯ୍ୟ ଆରମ୍ଭ କଲେ I ଏବିଷୟରେ TPCODL ର ବିଭିନ୍ନ ଡିଭିଜନ ଅଧୀନରେ ଥିବା Executive Engineer ଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସେମାନେ ଏଥିପ୍ରତି କର୍ଣପାତ କଲେ ନାହିଁ ପୂର୍ବରୁ ନିଯୁକ୍ତ ପାଇ Business Associate ମାନେ କର୍ମଚାରୀ ମାନଙ୍କୁ ସର୍ବନିମ୍ନ ଦରମାରୁ କମ ଦରମା ଦେବା,ବାକିଆ ପ୍ରାପ୍ୟ,EPF,ESI ବାକିଥିବା ଟଙ୍କା ନଦେବା ଇତ୍ୟାଦି ଉପରେ କେହି ହସ୍ତକ୍ଷପ ନକରିବାରୁ ବାଧ୍ୟ ହୋଇ ଗତ-୧୯/୦୭/୨୦୨୧ଦିନ TPCODL ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋବ କରାଇଥିଲା I ୪୦୦୦ ଶ୍ରମିକ ଏହି ଗଣ ବିକ୍ଷୋବରେ ଯୋଗ ଦେଇ ପ୍ରତିବାଦ କରିଥିଲେ I ଓଡ଼ିଶାର ଅନ୍ୟତମ ଗଣମାଧ୍ୟମ ଚ୍ୟାନେଲ ବଡଖବର , ଲୋକାଶକ୍ତି TV ସମେତ ଅନ୍ୟାନ୍ୟ ଚ୍ୟାନେଲ ଗୁଡିକ କର୍ମଚାରୀ ମାନଙ୍କ ପ୍ରତି ହୋଇଥିବା ଅନ୍ୟାୟ କୁ ଲୋକ ଲୋଚନକୁ ଆଣିବାରେ ବିଶେଷ ଭୂମିକା ଗ୍ରହଣ କରିଥିଲେ I ଶେଷରେ ଗତ-୨୦/୭/୨୦୨୧ ଦିନ ଶ୍ରମିକ ମହାସଂଘ ଓ ଓପେଫା ସହିତ TPCODL କର୍ତ୍ତୃପକ୍ଷଙ୍କର ଆଲୋଚନା ହୋଇଥିଲା I ଆଲୋଚନା ବେଳେ TPCODL ର ପରିଚାଳନା କର୍ତ୍ତୃପକ୍ଷ ଜଣାଇଥିଲେଯେ ଗତ ୭/୦୪/୨୦୨୧ ଦିନ ଏକତାମଞ୍ଚର ଦାବି ୭୫୦୦ ଫ୍ରାଞ୍ଚାଇଜ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବ ବିଷୟରେ ସମୀକ୍ଷା କରି TPCODL ବିଭିନ୍ନ Business Associate ଙ୍କ ଜରିଆରେ ୮୦୦୦ କର୍ମଚାରୀଙ୍କ ନିଯୁକ୍ତି ଦେଇ ସାରିଲେଣି ଓ ଅବଶିଷ୍ଟ ଯେଉଁ କର୍ମଚାରୀମାନେ ଚାକିରୀ ପାଇ ନାହାନ୍ତି ସେମାନଙ୍କର ଲିଷ୍ଟ ପ୍ରାଦନ କରିବାକୁ ଓପେଫାକୁ କହିଥିଲେ I ବର୍ତ୍ତମାନ TPCODL ରେ ୩୪୦ ଜଣ ଚାକିରୀ ପାଇନଥିବା କର୍ମଚାରୀଙ୍କୁ ବିଭିନ୍ନ Business Associate ଜରିଆରେ ଚାକିରୀ ଦିଆଯିବ I TPCODL ରେ ରେଗୁଲାର ନିଯୁକ୍ତି ଉପରେ କର୍ତ୍ତୃପକ୍ଷ ଜଣାଈଲେଯେ କମ୍ପାନୀର ଆଵଶ୍ୟକତା ଅନୁଯାୟୀ ଏହି କର୍ମଚାରୀଙ୍କ ମଧ୍ୟରୁ ଯୋଗ୍ୟ ବିବେଚିତ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ I
କର୍ମଚାରୀ ମାନଙ୍କୁ ଆଇନଗତ ଭାବେ ସେମାନଙ୍କର ନ୍ୟାର୍ଯ୍ୟ ପ୍ରାପ୍ୟ ପ୍ରାଦନ କରାନଯାଇଥିବା ବିଷୟରେ TPCODL କର୍ତ୍ତୃପକ୍ଷ କର୍ମଚାରୀ ମାନଙ୍କ ସମସ୍ତ ନ୍ୟାୟ ସଂଗତ ପ୍ରାପ୍ୟ ଦେବାକୁ ବଧପରିକର I ଏ ସଂକ୍ରାନ୍ତରେ Business Associate ମାନଙ୍କୁ ନିର୍ଦେଶ ଦେବାକୁ ଜଣାଇବା ସହିତ ସମସ୍ତ କର୍ମଚାରୀ ସେମାନଙ୍କ କ୍ୟାଡର ଅନୁଯାୟୀ ସର୍ବନିମ୍ନ ଦରମା ପାଇବେ I ସେହିପରି EPF / ESI ନିର୍ଧାରିତ ସମୟରେ ଡିପୋଜିଟ କରାଯିବ I TPCODL ର ଅନ୍ୟ କର୍ମଚାରୀ ମାନଙ୍କ ପରି Business Associate କର୍ମଚାରୀ ମାନେ ମୃତ୍ୟୁ ବରଣ କଲେ ୧୦-୧୫ ଲକ୍ଷ କମ୍ପନସେସନ ପାଇବେ I ସେହିପରି କୋଭିଡରେ ମୃତ୍ୟୁ ବରଣ କଲେ ଏହାସହିତ ଆଉ ୫ ଲକ୍ଷ ଟଙ୍କା ପାଇବେ I
ସୋହାର୍ଦ୍ୟପୁର୍ଣ ବାତାବରଣ ଭିତରେ ଏହି ଆଲୋଚନା ଶେଷ ହୋଇଯାଇଛି I ଏଥିରେ ଆମ୍ଭମାନଙ୍କୁ ସହଯୋଗ କରିଥିବା ସମସ୍ତ ରାଜନୈତିକ ଦଳ,ଗଣମାଧ୍ୟମ ପ୍ରତିନିଦ୍ଧି ଓ ନେତା ମାନଙ୍କୁ ଓପେଫା ତରଫରୁ ଧନ୍ୟବାଦ ପ୍ରାଦନ କରାଯାଉଛି I

ସୁମିତ ପରିଡା ବିଶ୍ୱଜିତ ସ୍ୱାଇଁ
ସାଧାରଣ ସମ୍ପାଦକ ସଭାପତି
(PDFEA) (PDFEA)

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More