ଏଥର ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀର ରାଜପଥରେ ଦୁଃସାହସିକ କଳା ପ୍ରଦର୍ଶନ କରିବେ ୬ ଜଣ ଓଡିଆ ଝିଅ । କଥାଟା ଆପଣଙ୍କୁ ହଠାତ୍ ତାଜୁବ୍ ଲାଗୁଥିବ ଜାଣିକି, କିନ୍ତୁ ଏହା ସତ । ସାଧାରଣତନ୍ତ୍ର ଦିବସରେ ମୋଟର ସାଇକେଲ୍ ଚଳାଇ ଦୁଃସାହସିକ କଳା ପ୍ରଦର୍ଶନ କରିବେ ଭବାନୀ ଗ୍ରୁପ୍ । ହାତରେ ୩୫୦ ସିସିର ରୋୟାଲ୍ ଏନଫିଲଡ ବୁଲେଟ୍ । ଆଉ ଏଥିରେ ଆକ୍ରୋବାଟିକ୍ କଳା ପ୍ରଦର୍ଶନ କରିବ ଭାବନୀ ଗ୍ରୁପ୍ । ଏହି ଗ୍ରୁପରେ ଅଛନ୍ତି ୬ ଓଡିଆ ଝିଅ । ଏହି ସମସ୍ତ ଓଡିଆ ଝିଅଙ୍କୁ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଛା ଜଣାଇଛନ୍ତି । ଏହି ୬ ଜଣ ବର୍ଡର ସିକୁରିଟି ଫୋର୍ସରେ କାମ କରୁଛନ୍ତି । ଏମାନେ ହେଉଛନ୍ତି ଓଡିଆ ଝିଅ ମିତା, ଅନୁସୟା, ସୁକାମିନି, କ୍ରି, ସୁବନ୍ତୀ ଓ ବନିତା । ଏହି ୬ ଜଣ ଓଡିଆ ଝିଅଙ୍କୁ ସାକ୍ଷାତ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଛା ଜଣାଇଛନ୍ତି । ଏହି ଓଡିଆ ଝିଅମାନେ ସେମାନଙ୍କର ଗଭୀର ନିଷ୍ଠା, କଠିନ ପରିଶ୍ରମ, ସାହସ ଓ ଦୁଃସାହସିକ କ୍ରୀଡା ପ୍ରତି ଥିବା ଭଲପାଇବା ପାଇଁ ଆଜି ପୁରା ଦେଶର ନଜର ନିଜ ଆଡକୁ ଟାଣି ଆଣିଛନ୍ତିା କାନ୍ଧରେ ସୀମା ସୁରକ୍ଷା ଭାର ଥିବା ବେଳେ ଦୁଃସାହସିକ ମୋଟର ବାଇକ୍ ଚାଳନା କିନ୍ତୁ ଅଟକି ଯାଇନି । ଏମାନଙ୍କ ପାଇଁ ଓଡିଶା ମାଟି ଗର୍ବ ଅନୁଭବ କରୁଛି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।