କେନ୍ଦ୍ରମନ୍ତ୍ରୀ ପ୍ରତାପଙ୍କ ନୂଆ ଇତିହାସ : ଭାରତର ଇତିହାସ ଭୂଲ

0

ଭୁବନେଶ୍ୱର : ଇତିହାସ କେବେ ବଦଳିବନି । ବଂର ପ୍ରତ୍ୟେକ ଦିନ ଇତିହାସ ସୃଷ୍ଟି ହୋଇଥାଏ । ହେଲେ ଭାରତର ଇତିହାସ ଭୂଲ । ଏକଥା କରି ଇତିହାସ ପୃଷ୍ଠାରେ ନିଜର ନାଁ ଲେଖାଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ । ଓଡ଼ିଶାରେ ପ୍ରତାପ କହିଛନ୍ତି ଯେ ଭାରତ ଇତିହାସ ଭ୍ରମାତ୍ମକ ବୋଲି ପ୍ରତାପ ଯୁକ୍ତି ବାଢିଛନ୍ତି । ପ୍ରତାପଙ୍କ ଏହି ମନ୍ତବ୍ୟକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଉଭୟ କଂଗ୍ରେସ ଓ ବିଜେପି କେନ୍ଦ୍ରମନ୍ତ୍ରୀ ଏପରି ବୟାନକୁ ସମାଲୋଚନା କରିଛନ୍ତି । ବିଧାନସଭା, ଲୋକସଭାକୁ ନିର୍ବାଚିତ ହୋଇଥିବା ପ୍ରତାଷ ଷଢଙ୍ଗୀଙ୍କ ପରି ଜଣେ ବରିଷ୍ଠ ରାଜନେତା କାହିକିଁ ଏପରି ମନ୍ତବ୍ୟ ରଖିଲେ ଓ ଏହି ମନ୍ତବ୍ୟ ପଛରେ ରହସ୍ୟ କଣ ତାହାକୁ ନେଇ ଆରମ୍ଭ ହୋଇଛି ତର୍କ ବିତର୍କ । ବର୍ତ୍ତମାନ ପରିସ୍ଥିତିରେ ସେ କାହିଁକି ଇତିହାସକୁ ନେଇ ଏଭଳି ମନ୍ତବ୍ୟ ଦେଲେ ତାହା ବିଚାର‌୍ୟ୍ୟ ।ସରଳ, ନିରାଡ଼ମ୍ବର ଜୀବନଶୈଳୀକୁ ନେଇ ଦେଶ ବ୍ୟାପୀ ଚର୍ଚ୍ଚାରେ ରହିଛନ୍ତି ଶ୍ରୀ ଷଡ଼ଙ୍ଗୀ । ତାଙ୍କର ଏହି ସରଳତା ପାଇଁ ତାଙ୍କୁ କେନ୍ଦ୍ର କ୍ୟାବିନେଟରେ ସୁଯୋଗ ମିଳିଛି ବୋଲି କୁହାଯାଏ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପ୍ରତିଭାରେ ଖୁସି ହୋଇ କ୍ୟାବିନେଟରେ ସାମିଲ କରିଥିବା ଅନେକ ବିଜେପି ନେତା କୁହନ୍ତି । ସୋଶାଲ ମିଡ଼ିଆରେ ତାଙ୍କର ବେଶ ଚର୍ଚ୍ଚା ହୋଇଛି । ଏବେ ସେ ଆଉ ଏକ ବିବାଦୀୟ ଘଟଣା ଉଠାଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । କେନ୍ଦ୍ରମନ୍ତ୍ରୀ ହୋଇ ଇତିହାସଲ ବିକୃତ ହୋଇଥିବା ଭଳି ମତ ରଖିବା କେତେଦୂର ଯୁକ୍ତି ସଙ୍ଗତ ତାହା ଏବେ ଆଲୋଚ୍ୟର ବିଷୟ ବୋଲି ଅନେକ ମତ ରଖୁଛନ୍ତି । କେବଳ ସେତିକି ନୁହେଁ, ଭାରତର ଇତିହାସ ବହୁତ ପୁରୁଣା । ସେ ଇତିହାସ ସଂପୂର୍ଣ୍ଣ ଭୂଲ ବୋଲି ପ୍ରତାପ କହିଛନ୍ତି । ତାଙ୍କୁ ଯୁକ୍ତି ହେଉଛି ବିଦେଶୀମାନେ ଯାହା କହିଛନ୍ତି ତାହାକୁ ଲେଖାଯାଇଛି । ତେଣୁ ତାହା ଭୂଳ ଇତିହାସ । କେବଳ ଆଦିବାସୀଙ୍କୁ ଛାଡ଼ି ଦେଲେ ଅନ୍ୟ ସମସ୍ତଙ୍କୁ ବିଦେଶୀ ବୋଲି ଇତିହାସରେ ବର୍ଣ୍ଣନା କରାଯାଇଛି । ସେ କହିଛନ୍ତି ଭାରତୀୟ ଇତିହାସରେ ବ୍ୟକ୍ତିଗତ ମିଶ୍ରଣ ବୈଦିକ କାଳରୁ ରହି ଆସିଛି । ଭଗବାନ ବ୍ୟାସଦେବଙ୍କ ମା’ ଜଣେ ଧୀବର କନ୍ୟା ଓ ବାପା ବ୍ରାହ୍ମଣ ପରାସର ମୁନୀ । ବ୍ୟାସଦେବ ବେଦର ରଚୟିତା ନୁହଁନ୍ତି । ସେ ବେଦର ସଂକଳନ କରିଛନ୍ତି । ବିଶ୍ୱର ସର୍ବଶ୍ରେଷ୍ଠ ଭକ୍ତିଗ୍ରସ୍ତ ଶ୍ରୀମଦ ଭଗବତ ଗୀତା ବ୍ୟାସଦେବ ରଚନା କରିଛନ୍ତି । ବୈଦିକ ସାହିତ୍ୟରେ ବ୍ରାହ୍ମଣର ଯେତିକି ଅଧିକାର ଅଛି ଆଦିବାସୀର ମଧ୍ୟ ସେତିକି ଅଧିକାର ଅଛି । । ସମାନତାର ମନ୍ତ୍ର ଆମର ପରମ୍ପରା । ହେଲେ ଇତିହାସରେ ଅନେକ ଭୁଲ ତଥ୍ୟ ପ୍ରଦାନ କରାଯାଇଛି । ଯାହା ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରୁଛି । ତେବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀଙ୍କ ଇତିହାସ ଭୂଲ ବୟାନ ଆଗମୀ ଦିନରେ କଣ ସୂଚନା ଦେଉଛି ତାହା ଉପରେ ସଭିଁଙ୍କ ନରଜ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More