କରୋନା ନେଇ କେନ୍ଦ୍ରସରକାରଙ୍କ ପ୍ୟାକେଜ ଘୋଷଣା : ୮୦ କୋଟି ଲୋକଙ୍କୁ ମାଗଣା ରାସନ

0

ଭୁବନେଶ୍ୱର : କରୋନା ନେଇ ସାରା ବିଶ୍ୱରେ ଭୟାବହର ବାର୍ତ୍ତାବରଣ ସୃଷ୍ଟି ହୋଇଛି । କରୋନା ଭୂତାଣୁର ମୁକାବିଲା ପାଇଁ କେନ୍ଦ୍ର ସରକାର ୨୧ ଦିନ ପାଇଁ ପୂରା ଦେଶକୁ ଲକ୍‌ଡାଉନ ଘୋଷଣା କରିଛନ୍ତି । ଏହି ସମସ୍ୟାକୁ ଦୂର କରିବା ଓ ଲୋକଙ୍କୁ ସବୁ ପ୍ରକାରର ସୁବିଧା ଯୋଗାଇ ଦେବା ପାଇଁ ମୋଦି ସରକାର ଆଜି ଗରିବଙ୍କ ପାଇଁ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏହି ପ୍ୟାକେଜ ଘୋଷଣା କରିଛନ୍ତି । ଦେଶର ଗରିବ ଲୋକମାନଙ୍କ ପାଇଁ କେନ୍ଦ୍ର ସରକାର ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା’ ନାମରେ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ।

ଏହି ଯୋଜନା ପାଇଁ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଫଳରେ ଦେଶର ୮୦ କୋଟି ଗରିବଙ୍କୁ ୩ ମାସ ଯାଏ ମୁଣ୍ଡ ପିଛା ଅତିରିକ୍ତ ୫ କି.ଗ୍ରା. ଗହମ ଅଥବା ଚାଉଳ ଏବଂ ୧ କି.ଗ୍ରା. ଡାଲି ଯୋଗାଇ ଦିଆଯିବ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେହିପରି ପିଏମ କିଷାନ ଯୋଜନାରେ ୮ କୋଟି ୭୦ ଲକ୍ଷ ଚାଷୀଙ୍କୁ ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା ପ୍ରଥମ କିସ୍ତି ବାବଦରେ ୨ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ପ୍ରତେକଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ବୀମା I ଜନଧନ ଥିବା ମହିଳାଙ୍କୁ ମିଳିବ ସହାୟତା I ୩ ମାସ ପର୍ଯ୍ୟନ୍ତ ୫୦୦ ଟଙ୍କା ଲେଖାଏଁ ମିଳିବ ଟଙ୍କା I DBT ମାଧ୍ୟମରେ ବ୍ୟାଙ୍କ ଆକାଉଣ୍ଟକୁ ଯିବ ଟଙ୍କା ଇ BPL ଖାତାଧାରୀଙ୍କୁ ଗ୍ୟାସ ସିଲିଣ୍ଡର ଯୋଗାଇଦେବେ କେନ୍ଦ୍ରସରକାର I ସେହିପରି ଉଜ୍ୱଲା ଖାତା ଧାରୀଙ୍କୁ ୩ ମାସ ପର୍ଯ୍ୟନ୍ତ ମାଗଣା ଗ୍ୟାସ ଯୋଗିଆବେ ସରକାର I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More