ମନ୍ତ୍ରୀପଦରୁ ଇସ୍ତଫା ଦେଲେ ପ୍ରତାପ ଷଡ଼ଙ୍ଗୀ

0

କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ପ୍ରତାପ ଷଡ଼ଙ୍ଗୀ । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି I ପୂର୍ବରୁ ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ, ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଇସ୍ତଫା ଦେଇଥିବା ବେଳେ ଏବେ ମୋଦୀଙ୍କ ମନ୍ତ୍ରିମଣ୍ଡଳରୁ ପ୍ରତାପ ଷଡ଼ଙ୍ଗୀ ଇସ୍ତଫା ଦେଇଛନ୍ତି। ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଏମଏସଏମଇ ଓ ପଶୁ ସମ୍ପଦ ବିଭାଗର ରାଷ୍ଟ୍ରମନ୍ତ୍ରୀ ଥିଲେ । ବାଲେଶ୍ୱରରୁ ପ୍ରଥମ ଥର ସାଂସଦ ହୋଇଥିବା ପ୍ରତାପଙ୍କୁ ୨୦୧୯ରେ ମୋଦୀ ନିଜ ମନ୍ତ୍ରୀମଣ୍ଡଳରେ ସାମିଲ କରିଥିଲେ । ମୋଦି ସରକାରଙ୍କ ଦ୍ଵିତୀୟ କାର୍ଯ୍ୟକାଳର ଦୁଇ ବର୍ଷ ପୂର୍ତ୍ତି ଅବସରରେ ପ୍ରଥମ ଥର କେନ୍ଦ୍ର କ୍ୟାବିନେଟ୍‌ରେ ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ ହେବାକୁ ଯାଉଛି। ଆଜି ସନ୍ଧ୍ୟା ୬ଟାରେ ମୋଦିଙ୍କ କ୍ୟାବିନେଟରେ ପରିବର୍ତ୍ତନ ହେବ ଓ ୪୩ ନୂଆ ମନ୍ତ୍ରୀ ଶପଥ ନେବେ। ନୂତନ କ୍ୟାବିନେଟରେ ବହୁ ଯୁବ ଚେହେରାଙ୍କୁ ସୁଯୋଗ ମିଳିବ,

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More