କାଲି ୯ଟି ଜିଲ୍ଲାରେ ସ୍କୁଲ ଛୁଟି : ଆଜି ପୁରୀ, ଜଗତସିଂହପୁର,କେନ୍ଦ୍ରପଡ଼ା ସ୍କୁଲ ବନ୍ଦ

0

ଭୁବନେଶ୍ୱର : ବୁଲବୁଲ ବାତ୍ୟା ଓଡ଼ିଶାରେ ଲାଣ୍ଡଫଲ କରିବ ନାହିଁ । ହେଲେ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ । ବୁଲବୁଲ ଯେତେବେଳେ ଅତିକ୍ରମ କରିବ ସେତେବେଳେ ଅଧିକ ପରିମାଣର ବର୍ଷା ହେବ । ବିଶେଷକରି ପୁରୀ , କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଜିଲ୍ଲାରେ ବର୍ଷା ଅଧିକ ହେବ । ଏଥିଲାଗି ପ୍ରଶାସନ ପକ୍ଷରୁ ୯ଟି ଜିଲ୍ଲାରେ ସ୍କୁଲ ଛୁଟି କରାଯାଇଛି । ଆଜି ପୁରୀ,ଜଗତସିଂହପୁର ଓ କେନ୍ଦ୍ରପଡ଼ା ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଜଗତସିଂହପୁର, କେନ୍ଦ୍ରାପଡା ଓ ପୁରୀରେ ୨ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା ହୋଇଛି । ୨ ଦିନ ସ୍କୁଲ ଛୁଟି ଘୋଷଣା କଲେ ୩ ଜିଲ୍ଲାର ଜିଲ୍ଲାପାଳ । କାଲି ଓ ପହରି ଦିନ ଜିଲ୍ଲାର ସବୁ ସ୍କୁଲ ଛୁଟି ରହିବ । ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ବାତ୍ୟା ବୁଲବୁଲ ଓଡିଶା ପାଖ ଦେଇ ପଶ୍ଚିମବଂଗ ଗଲା ବେଳେ ଓଡିଶାରେ ବର୍ଷା ଆରମ୍ଭ ହୋଇଯିବ । ୮, ୯ ଓ ୧୦ ତାରିଖରେ ଅଧିକ ବର୍ଷା ହେବ । ଜଗତସିଂହପୁର, କଟକ, ପୁରୀ, କେନ୍ଦ୍ରାପଡା, ବାଲେଶ୍ୱର, ଯାଜପୁର, ମୟୁରଭଞ୍ଜ ଜିଲ୍ଲାରେ ବର୍ଷା ଚେତାବନୀ ଦିଆଯାଇଥିଲା ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More