ବୁଲବୁଲ ରଚିଲାଣୀ ତାଣ୍ଡବ : ଘର ଭାଙ୍ଗିଲା, ଗଛ ଉପୁଡ଼ିଲା

0

ଭୁବନେଶ୍ୱର : ବତ୍ୟା ବୁଲବୁଲର ପ୍ରଭାବ ଓଡ଼ିଶାରେ ପଡ଼ିଛି । ବିଶେଷକରି ପାରାଦୀପ ,ଜଗତସିଂହପୁର ଓ ଭଦ୍ରକରେ ବୁଲବୁଲର ପ୍ରଭାବ ଦେଖିବାକୁ ମିଳିଛି । ଏହି ଜିଲ୍ଲାମାନଙ୍କ ପବନ ଓ ବର୍ଷା ଯୋଗୁୃଁ ଗଛ ଭାଙ୍ଗିବା ସହ ଘର ଭାଙ୍ଗିଛି । ପ୍ରବଳ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ୍ ହୋଇପଡ଼ିଛି । ଆଜି ବତ୍ୟା ଯୋଗୁଁ ପବନର ବେଗ ଆହୁରୀ ବଢିବ ବୋଲି ଜଣାପଡ଼ିଛି । ପାରାଦୀପ ଠାରୁ ୧୧୦ କିଲୋମିଟର ଦୂରରେ ରହିଛି I ପାରାଦୀପ ଠାରୁ ୧୧ହ କିଲୋମିଟର ଦୂରରେ ରହିଛି ବାତ୍ୟା ବୁଲବୁଲ । ବୁଲବୁଲ ଏବେ ବହୁ ଜୋରରେ ମାଡ଼ୀଆସୁଛି । ଏହାପ୍ରଭାବରେ ପାରାଦୀପ ୧୩୦ କିଲୋମିଟରରେ ପବନ, ଧାମରାରୋ ୧୧୦ ବେଗରେ ପବନ । ଘଣ୍ଟାକୁ ୭କିମି ବେଗରେ ବତ୍ୟା ବୁଲବୁଲ ଆସୁଛି । ଦିନ ୧୦ଟା ପରେ ବତ୍ୟା ଅତିକ୍ରମ କରିବ ବୋଲି ଜଣାପଡ଼ିଛି । ଆଜି ମଧ୍ୟ ରାତିରେ ଏହା ସ୍ଥଳ ଭାଗ ଛୁଇବାର ସମ୍ଭାବନା ରହିଛି । ଯେତେବେ ବାତ୍ୟା ଅତିକ୍ରମ କରିବ ସେତେବେଳେ ୧୧୦ରୁ ୧୩୫ ବେଗରେ ପବନ ବହିବ । ସୁନ୍ଦରବନ ତ୍ରିକୋଣାଭୂମିରେ ଏହା ଲାଣ୍ଡଫଲ କରିବ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More